ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୧୦ ବଖରା ଘର ପୋଡି ଦେଲେ ଦୁର୍ବୃତ୍ତ

ରାତି ଅଧରେ ଲଗାଇଦେଲେ ନିଆଁ । ନିଆଁରେ ପୋଡି ପାଉଁଶ ହୋଇଗଲା ଆସବାପତ୍ର ସମେତ ୧୦ ବଖରା ଘର। ପୁରୀ ଜିଲ୍ଲା ପିପିଲି ବ୍ଲକ ସରସ୍ବତୀପୁର ଗାଁରେ ଘଟିଛି ଏଭଳି ଘଟଣା। ଆଗରୁ ଦୁଇ ଗୋଷ୍ଠୀଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା । ଏ ନେଇ ବଳଙ୍ଗା ଥାନା ଅଭିଯୋଗ ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଆସି ନିଆଁ ଲଗାଇଥିବା ଅଭିଯୋଗ ଆଣିଛନ୍ତି ଅଗ୍ନି ବିପନ୍ନ । ଗାଡିଳ ସାଇକେଲ,ପାଣି ପମ୍ପ, ପିଲାମାନଙ୍କର ପାଠ ପଢା ବହି ପତ୍ର ଓ ଧାନ ଚାଉଳ, ବିରି , ମୁଗ, ଘର ବାରି ଜମିଜମା ପଟା ,ସବୁ ନିଆଁରେ ପୋଡି ନଷ୍ଟ ହୋଇଯାଇଛି । ସନ୍ଧ୍ୟା ରେ ଅଗ୍ନିବିପନ୍ନ ସନ୍ଧେହ କରିଥିଲେ କିଛି ଅଘଟଣ ହେବ ବୋଲି । ସେଥିପାଇଁ ବଳଙ୍ଗା ଥାନାକୁ ବାରମ୍ବାର ଫୋନ କରିଥିଲେ। କିନ୍ତୁ ପୋଲିସ ତରଫରୁ କୌଣସି ଉତ୍ତର ମିଳିନଥିଲା ବୋଲି ଅଭିଯୋଗ ହୋଇଛି। ପିପିଲି ଦମକଳ ବାହିନୀ ଆସି ନିଆଁକୁ ଆୟତ କରିବା ପୂର୍ବରୁ ଘର ସମ୍ପୂର୍ଣ ପୋଡି ପାଉଁଶ ହୋଇ ଯାଇଛି।

Spread the love