ସାମ୍ବାଦିକଙ୍କ ଜେଜେମାଙ୍କ ୧୦୫ ବର୍ଷରେ ପରଲୋକ

ସୋର, ୧୦/୧ : ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ପିଂଛାମଣିଆ ଗ୍ରାମର ଦୈନିକ ଖବରକାଗଜ ‘ସକାଳ’ର  ସାମ୍ବାଦିକ ହେମନ୍ତ ମଲ୍ଲିକଙ୍କ ଜେଜେମା କାଂଚନ  ଧାମୁଡ଼ିଆଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୧୦୫ ବର୍ଷ ହୋଇଥିଲା। ଗତ କିଛିଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପଡ଼ି ସୋମବାର ତାଙ୍କର ପରଲୋକ ହୋଇଛି। ସେ ଜଣେ ଧର୍ମପରାୟନ ଓ ସ୍ନେହ ବତ୍ସଳ ମହିଳା ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ବଡ଼ ପୁଅ ବାବାଜୀ ଧାମୁଡ଼ିଆ , ବାୟା ଧାମୁଡ଼ିଆ , ଝିଅ ବିଜୁଳି, ବାସନ୍ତୀ, ବୋହୂ ବନିତା, ଗୁଣ୍ଡୁଚି, ସରିତା, ନାତି ହେମନ୍ତ, ମହେଶ୍ୱର, ରିଙ୍କୁ, ପିଙ୍କୁ, ମନୀଷା, ରଞ୍ଜିତା , ପିଙ୍କି ଏବଂ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସାନପୁଅ ମହେନ୍ଦ୍ର  ଧାମୁଡ଼ିଆ ମୁଖାଗ୍ନି ଦେଇଥିଲେ। ଗ୍ରାମ ପରିକ୍ରମା ପରେ ବାସଭବନ ସ୍ଥିତ ସ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲା।

Spread the love