୧୦୬ଜଣ ବିଚାରପତି କରୋନା ପଜିଟିଭ୍

କରୋନା ଜାଲରେ ବିଚାରପତି । ଦେଶର ପ୍ରଧାନ ବିଚାରପତି ଏନ ଭି ରମନ୍ନା ଗୁରୁବାର ସୂଚନା ଦେଇଛନ୍ତି କି କରୋନା ସଂକ୍ରମଣ ଦ୍ୱାରା ପ୍ରଭାବିତ ହେବା ପରେ ନ୍ୟାୟପାଳିନା ନିଜର ଦାୟିତ୍ୱ ନିର୍ବାହ କରିବା ଜାରି ରଖିଛି । ସେ କହିଛନ୍ତି ଯେ ଗତ ବର୍ଷ ଏପ୍ରିଲ ଠାରୁ ଏଯାଏଁ ଭାରତର ପ୍ରାୟ ୧୮,୦୦୦ ବିଚାର ବିଭାଗୀୟ ଅଧିକାରୀମାନଙ୍କ ଭିତରୁ ୨,୭୬୮ ଜଣ କରୋନା ଦ୍ୱାରା ସଂକ୍ରମିତ ହୋଇସାରିଲେଣି ।

ସେହିପରି ହାଇକୋର୍ଟର ୬୬୦ ଜଣ ବିଚାରପତିଙ୍କ ଭିତରୁ ୧୦୬ ଜଣ ଏହାଦ୍ୱାରା ଆକ୍ରାନ୍ତ ହୋଇସାରିଲେଣି । ଅର୍ଥାତ୍‌ ଏବେ କାର୍ଯ୍ୟରତ ହାଇକୋର୍ଟ ବିଚାରପତିମାନଙ୍କ ଭିତରୁ ୧୫% କରୋନା ଦ୍ୱାରା ପ୍ରଭାବିତ ହୋଇସାରିଛନ୍ତି । ସେହିପରି ଗତ ବର୍ଷକ ଭିତରେ ସୁପ୍ରିମକୋର୍ଟର ୧୦ ଜଣ ବିଚାରପତି ବି କରୋନା ଦ୍ୱାରା ଆକ୍ରାନ୍ତ ହୋଇସାରିଲେଣି । ସୁପ୍ରିମକୋର୍ଟର ତିନି ଜଣ ଅଧିକାରୀ ମଧ୍ୟ କରୋନା ଯୋଗୁ ପ୍ରାଣ ହରାଇଛନ୍ତି ।

Spread the love