୧୦୬ ସ୍କୁଲକୁ ମିଳିଲା ପଟ୍ଟା । ବିଏମସି ଅଧୀନରେ ଥିବା ସ୍କୁଲକୁ କରାଗଲା ପଟ୍ଟା ବଣ୍ଟନ

୧୦୬ ସ୍କୁଲକୁ ମିଳିଲା ପଟ୍ଟା । ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ୧୦୬ଟି ସରକାରୀ ସ୍କୁଲକୁ ପ୍ରାଥମିକ ପର୍ଯ୍ୟାୟରେ ପଟ୍ଟା ବଣ୍ଟନ କରାଯାଇଛି । ଦୀଘ ବର୍ଷ ହେବ ଅନେକ ସ୍କୁଲର ନିଜସ୍ୱ ପଟ୍ଟା ନଥିବା ହେତୁ ସେମାନେ ଅଧିକାଂଶ ଅନୁଦାନରୁ ବଞ୍ଚିତ ହେଉଥିଲେ ବୋଲି କହିଛନ୍ତି ଶିକ୍ଷୟିତ୍ରୀ । ଏବେ ପଟ୍ଟା ମିଳିବା ସ୍କୁଲକୁ ତାର ନିଜସ୍ୱ ପରିଚୟ ମିଳିଗଲା ବୋଲି କହିଛନ୍ତି । ଏହି ଅବସରରେ ଭୁବନେଶ୍ୱରର ୩ ବିଧାୟକଙ୍କ ସମେତ ଭୁବନେଶ୍ୱର ମେୟର ସୁଲୋଚନା ଦାସ ସାମିଲ ହେଇ ସମସ୍ତ ସ୍କୁଲକୁ ତାଙ୍କ ନିଜର ପଟ୍ଟା ହସ୍ତାନ୍ତର କରିଥିଲେ ।

Spread the love