ରାଜ୍ୟରେ କରୋନା ନେଲା ୧୦ ଜୀବନ

ରାଜ୍ୟରେ ଆଉ ୧୦  ଜୀବନ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା  ୩୭୨ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

୧୦ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ୪ ଆକ୍ରାନ୍ତ ଥିବା ବେଳେ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏ ଆଖି ବୁଜିଛନ୍ତି। ଏହାବ୍ୟତୀତ ବରଗଡ଼ ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Spread the love