୧୭ରୁ ନବମ ଓ ଦଶମ ଶ୍ରେଣୀ ପାଠପଢା, ପ୍ରତିଦିନ ହେବ ୪ଟି ପିରିୟଡ଼

ଭୁବନେଶ୍ୱର ୧୩।୦୬: ଆସନ୍ତା ୧୭ ରୁ ଆରମ୍ଭ ହେବ ନବମ ଓ ଦଶମ ଶ୍ରେଣୀ ପାଠପଢା। ୟୁ ଟ୍ୟୁବ ଲାଇଭ୍ ଜରିଆରେ ୧୦.୪୫ ରୁ ୧ ଟା ପର୍ଯ୍ୟନ୍ତ ଚାଲିବ କ୍ଳାସ ହେବ। ପ୍ରତିଦିନ ୪ ଟି ପିରିୟଡ଼ କରାଯିବ। ପ୍ରତି କ୍ଳାସ ୩୦ ମିନିଟର କରାଯିବ। ସୋମବାର ରୁ ଶୁକ୍ରବାର ଅନଲାଇନ ମାଧ୍ୟମରେ ପାଠପଢା ଚାଲିବ । ଉଭୟ ଶ୍ରେଣୀ ପାଇଁ ପ୍ରତି ବିଷୟରୁ ସପ୍ତାହକୁ ୨୦ ଟି ପିରିୟଡ଼ ପାଠ ପଢା ହେବ।

ତେବେ ପାଠପଢା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମାନେ ଆନୁସାଙ୍ଗିକ ବ୍ୟବସ୍ଥା କରିବେ। କରୋନା କାଳରେ ସ୍କୁଲ କେବେ ଖୋଲିବ ସେ ନେଇ ଅନିଶ୍ଚିତତା ଲାଗି ରହିଛି। ଏଣୁ ପିଲାଙ୍କୁ ଘରେ ରହି ପାଠପଢ଼ାଇବା ପାଇଁ ଏହି ବ୍ୟବସ୍ଥା କରାଯାଉଛି । ଅନଲାଇନ୍ ରେ ସଂଖ୍ୟାଧିକ ପିଲାଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିବୁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

ସେହିପରି ଜୁନ ଶେଷ ସୁଦ୍ଧା ମାଟ୍ରିକ ଫଳ ପ୍ରକାଶ କରିବାକୁ ପ୍ରୟାସ। ମାଟ୍ରିକ ମୂଲ୍ୟାୟନ ଜୋରଦାର ଚାଲିଛି। ଯୁକ୍ତ୨ କମିଟି ରିପୋର୍ଟ ଆସିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମୂଲ୍ୟାୟନ ସମ୍ପର୍କରେ ନିଷ୍ପତି ନେବେ।

Spread the love