ଦଶମ ଓ ଦ୍ଵାଦଶ ଛାତ୍ରଛାତ୍ରୀଙ୍କୁ ନେଇ CBSE ପକ୍ଷରୁ ଆସିଲା ଗୁରୁତ୍ବପୂର୍ଣ୍ଣ ଅପଡେଟ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା (ସିବିଏସଇ) ପକ୍ଷରୁ ଆସିଲା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର  । ସମଗ୍ର ଦେଶରୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ମୋଟ ୩୩ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ । ତେବେ ଟର୍ମ-୧ ସିବିଏସଇ ପରୀକ୍ଷାରେ ଲାଗୁ ହୋଇଥିବା ଏକାଧିକ ଚଏସ୍ ପ୍ରଶ୍ନ ବା (ଏମସିକ୍ୟୁ) ଫର୍ମାଟ ଅଧିକ କଠିନ ଥିବା ନେଇ   ଅଭିଯୋଗ କରିଥିଲେ  ଛାତ୍ରଛାତ୍ରୀ।

ସିବିଏସଇର  ୧୦ମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଆସନ୍ତା ଜାନୁଆରୀରେ ପ୍ରକାଶ ପାଇବାକୁ ଥିବାବେଳେ ଏହି ଅବସରରେ ସିବିଏସଇ ବୋର୍ଡ ପକ୍ଷରୁ ଏକ ନୂଆ ଅପଡେଟ୍ ଆସିଛି । ସିବିଏସଇର ନୂଆ ନିଷ୍ପତ୍ତି ଅନୁଯାୟୀ, ଚଳିତ ସିବିଏସଇ ପରୀକ୍ଷାରେ କୌଣସି ଛାତ୍ରଛାତ୍ରୀ ଫେଲ୍ ହେବେ ନାହିଁ । ଟର୍ମ  ବୋର୍ଡ ପରୀକ୍ଷା ଫଳାଫଳ ମାର୍କକୁ ଆଧାର କରି ପ୍ରକାଶିତ ହେବ । ସେକେଣ୍ଡ ଟର୍ମ ପରୀକ୍ଷା ପରେ ମେରିଟ୍ ଲିଷ୍ଟ ପ୍ରସ୍ତୁତ ହେବ । ଟର୍ମ ୧, ଟର୍ମ ୨ ଓ ଇଣ୍ଟରନାଲ ଇଭାଲୁଏସନ ସ୍କୋରକୁ ବିଚାର କରି ଫାଇନାଲ ଆଉଟକମ୍ ବାହାରିବ । ସୂଚନାଯୋଗ୍ୟ ଯେ, ସିବିଏସଇର  ଦ୍ୱାଦଶ ଓ ଦଶମ ଶ୍ରେଣୀ ଟର୍ମ ୧ ପରୀକ୍ଷା ଗତ ଡିସେମ୍ବର ୧୬ ଓ ୧୭ରେ ଅନୁଷ୍ଠିତ ହୋଇଥିଲା । ନଭେମ୍ବର ୩୦ରେ ଦଶମ ଶ୍ରେଣୀ ମୁଖ୍ୟ ବିଷୟର ପରୀକ୍ଷା ହୋଇଥିଲା, ଯାହାକି ୧୧ ଡିସେମ୍ବରରେ ସମାପ୍ତ ହୋଇଥିଲା । ସେହିପରି ଦ୍ୱାଦଶ ଶ୍ରେଣୀର ମୁଖ୍ୟ ବିଷୟର ପରୀକ୍ଷା ଡିସେମ୍ବରରେ ଆରମ୍ଭ ହୋଇ ୨୨ ଡିସେମ୍ବରରେ ଶେଷ ହୋଇଥିଲା।

 

 

Spread the love