୧୦ମ ରୁଚି ଓଫା ଆୱାର୍ଡ୍ସ ୨୦୨୧ : ପୁରଷ୍କୃତ ହେଲେ ଓଲିଉଡ୍ ର ୩୦ ପ୍ରତିଷ୍ଠିତ କଳାକାର

ଭୁବନେଶ୍ୱର, ୨୯/୩ : ଶନିବାର ଭୂବନେଶ୍ୱରସ୍ଥିତ ହୋଟେଲ ମେ ଫେୟାରଠାରେ ଓଡ଼ିଶାର ଅଗ୍ରଣୀ ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ ହ୍ୱାଇଟ୍ କାନଭାସ ଆନୁକୁଲ୍ୟରେ ୧୦ମ ରୁଚି ଓଫା ଆୱାର୍ଡ୍ସ ୨୦୨୧ ଅନୁଷ୍ଠିତ ହୋଇଯାଇଛି। ପୂର୍ବଭାରତର ସର୍ବବୃହ ତଥା ଓଲିଉଡର ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ ଓଫା ଆୱାର୍ଡ୍ସ ୨୦୨୧ କୁ ଉଦଘାଟନ କରିଥିଲେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ତଥା ଓଡ଼ିଶା ମୋ ପରିବାରର ଆବାହକ ଶ୍ରୀଯୁକ୍ତ ଅରୂପ ପଟ୍ଟନାୟକ । ଉଦ୍‌ଘାଟନୀ ପର୍ବର ଅନ୍ୟ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ ଓଡ଼ିଶା ଚଳଚ୍ଚିତ୍ର ନିଗମର ଅଧକ୍ଷ ଶ୍ରୀଯୁକ୍ତ ସତ୍ୟବ୍ରତ ତ୍ରିପାଠୀ, ରୁଚିର ପରିଚାଳନା ନିର୍ଦ୍ଦେଶକ ଡ଼.ଶରତ କୁମାର ସାହୁ, ଏସ୍‌.ଏନ୍‌.ଏମ୍‌. ର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରବୋଧ କୁମାର ମହାନ୍ତି । ଏହି ଅବସରରେ ଓଫା ଆୱାର୍ଡ୍ସ ର ନୂତନ ଲୋଗୋ ଉନ୍ମୋଚନ କରିଥିଲେ ଦଧିଚି ଗ୍ରୁପର ଅଧକ୍ଷ ଡ଼. ମନୋଜ କୁମାର ଦାଶ, ରୁଚିର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅରବିନ୍ଦ ସାହୁ, ସେ ଜାଭିୟର୍ସ୍ ଗ୍ରୁପ ଅଫ ସ୍କୁଲର ନିର୍ଦ୍ଦେଶକ ଡ଼.ପ୍ରଭୁଚରଣ ମହାନ୍ତି ଓ ସାଇ ୱାଲ୍ଡର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ପିୟୁଷ୍ ମହାନ୍ତି । ଆଗାମୀ ବର୍ଷଠାରୁ ଏହି ପୁରଷ୍କାର ଓଡିଶା ଫିଲ୍ମ ଫେଷ୍ଟିଭାଲ ଓ ଆୱାର୍ଡ୍ସ ନାମରେ ନାମିତ ହେବ ବୋଲି ଘୋଷଣା କରିଥିଲେ ଓଫାର ସଭାପତି ଶ୍ରୀ୍‌ଯୁକ୍ତ ବାପୁ ଲେଙ୍କା । କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଓଫାର ୧୦ ବର୍ଷର ଜୟଯାତ୍ରା କାହାଣୀ ପ୍ରଦର୍ଶନରୁ । ପରେ ପରେ ପୁରଷ୍କାର ପର୍ବର ପ୍ରଥମ ସୋପାନରେ ୧୦ମ ରୁଚି ଓଫାର ଜୀବନ ବ୍ୟାପୀ ସାଧନା ପୁରଷ୍କାରରେ ସମ୍ମାନୀତ କରାଯାଇଥିଲା ଓଡିଶାର ଅଦ୍ୱିତୀୟ ଅଭିନେତା ଓ ନିର୍ଦ୍ଦେଶକ ସ୍ୱର୍ଗତଃ ଅଜିତ ଦାସଙ୍କୁ । ଅଜିତ ଦାସଙ୍କ ଅର୍ବମାନରେ ତାଙ୍କ ଧର୍ମ ପତ୍ନୀ ଶ୍ରୀମତୀ ମାୟା ଦାସ ଏହି ପୁରଷ୍କାର ଗ୍ରହଣ କରିଥିଲେ । ଓଫାର ଅଧକ୍ଷ ଉଲ୍ଲାସ ଚନ୍ଦ୍ର ବେହୁରାଙ୍କ ଅଧକ୍ଷତାରେ ଜୀବନ ବ୍ୟାପୀ ସାଧନା ପୁରଷ୍କାର ପ୍ରଦାନ କରିଥିଲେ ରୁଚିର ପରିଚାଳନା ନିର୍ଦ୍ଦେଶିକା  ସଙ୍ଗୀତା ସାହୁ, ରଶ୍ମୀ ସାହୁ, ତୃପ୍ତି ଗ୍ରୁପର ନିର୍ଦ୍ଦେଶକ ରୁଦ୍ର ନାରାୟଣ ସାମାନ୍ତରାୟ, ଅସ୍ଥା ଫୁଡ୍‌ସର ନିର୍ଦ୍ଦେଶକ ଜିଗ୍ନେଶ ରାୟ । ପୁରଷ୍କାର ସ୍ୱରୁପ ତାଙ୍କୁ ନଗଦ ୨୫୦୦୦ ଟଙ୍କାର ଅର୍ଥରାଶି, ଓଫାର ସ୍ୱତନ୍ତ୍ର ଟ୍ରଫି, ଉରୀୟ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା । ଓଫାର ଉପାଧକ୍ଷ ସ୍ମୃତିଶିକ୍ତ ସାମାନ୍ତରୟଙ୍କ ପୌରହିତ୍ୟରେ ଚଳିତବର୍ଷର ଓଲିଉଡ୍ ଆଇକନ ସମ୍ମାନରେ ସମ୍ମାନୀତ କରାଯାଇଥିଲା ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ରଙ୍କୁ । ଓଫାର ନିର୍ଦ୍ଦେଶକ ଚୁୁ ମିଶ୍ର, ସୌମ୍ୟଜିତ ପରିଡା, ଅମୃତ ରଞ୍ଜନ ଦାଶ, ଜ୍ଞାନ ରଞ୍ଜନ ରାୟଙ୍କ ଅଧକ୍ଷତାରେ ୨୮ଟି ଭିନ୍ନ ଭିନ୍ନ ବିଭାଗରେ ପୁରଷ୍କାର ପ୍ରଦାନ କରାଯାଇଥିଲା । ୧୦ମ ସଂସ୍କରଣରେ ଶ୍ରେଷ୍ଠ ଅଭିନେତା ଭାବେ ବାବୁସାନ୍‌, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଅର୍ଚ୍ଚିତା ସାହୁ, ଶ୍ରେଷ୍ଠ ଅଭିନେତା (ଜୁରି ଚୟସ)ଭାବେ ସବ୍ୟସାଚୀଙ୍କୁ, ଶ୍ରେଷ୍ଠ ଅଭିନେତ୍ରୀ (ଜୁରୀ ଚୟସ୍‌) ଭାବେ ଭୂମିକାଙ୍କୁ, ଶ୍ରେଷ୍ଠ ନବାଗତ ନାୟକ ଭାବେ ସମୀର ଶତପଥୀଙ୍କୁ, ଶ୍ରେଷ୍ଠ ନବାଗତ ଅଭିନେତ୍ରୀ ଭାବେ ସାୟଲ ମୁଖାର୍ଜୀଙ୍କୁ, ଶ୍ରେଷ୍ଠ ଖଳନାୟକ ଭାବେ ମିହିର ଦାସଙ୍କୁ, ଶ୍ରେଷ୍ଠ ସହ ଅଭିନେତା ଭାବେ ମନୋଜ ମିଶ୍ରଙ୍କୁ, ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ଅନୁ ଚୌଧୁରୀଙ୍କୁ, ଶ୍ରେଷ୍ଠ ସହ ଅଭିନେତା (ଦର୍ଶକଙ୍କ ପସନ୍ଦ) ଭାବେ ଶ୍ରୀତମ ଦାସଙ୍କୁ, ଶ୍ରେଷ୍ଠ ସହ ଅଭିନେତ୍ରୀ (ଦର୍ଶକଙ୍କ ପସନ୍ଦ) ଭାବେ, ଶିବାନୀ ସଙ୍ଗୀତାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଅଶୋକ ପତିଙ୍କୁ, ଶ୍ରେଷ୍ଠ ନବାଗତ ନିର୍ଦ୍ଦେଶକ ଭାବେ ପପୁ ପମ୍ ପମ୍‌ଙ୍କୁୁ, ଶ୍ରେଷ୍ଠ ଚଳଚିତ୍ର ଭାବେ ତରଙ୍ଗ ସିନେ ପ୍ରଡକ୍ସନର ମିଷ୍ଟର ମଜନୁ କୁ, ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ପ୍ରେମ ଆନନ୍ଦଙ୍କୁ, ଶ୍ରେଷ୍ଠ କଣ୍ଠଶିଳ୍ପୀ (ପୁ) ଭାବେ ହ୍ୟୁମାନ ସାଗାରଙ୍କୁ, ଶ୍ରେଷ୍ଠ କଣ୍ଠଶିଳ୍ପୀ (ଝିଅ) ଭାବେ ଅନ୍ତରା ଚକ୍ରର୍ବିଙ୍କୁ, ଶ୍ରେଷ୍ଠ ଗୀତିକାର ଭାବେ ବାପୁ ଗୌସ୍ୱାମୀଙ୍କୁ, ଶ୍ରେଷ୍ଠ ସଂଳାପକାର ଭାବେ ଦେବୀଦ ମହାନ୍ତୀଙ୍କୁ, ଶ୍ରେଷ୍ଠ କ୍ୟାମେରା ମ୍ୟାନ ଭାବେ ରବିନ୍ଦ୍ର ବେହେରାଙ୍କୁ, ଶ୍ରେଷ୍ଠ ସଂପାଦକ ଭାବେ ରାଜେଶ ଦାଶଙ୍କୁ, ଶ୍ରେଷ୍ଠନୃତ୍ୟ ନିର୍ଦ୍ଦେଶକ ଭାବେ ଲୁବୁନ ଟୁବୁନଙ୍କୁ, ଚଳଚ୍ଚିତ୍ର ସାମ୍ବାଦିକ ଭାବେ ଗୌରୀଶଙ୍କର ପଣ୍ଡାଙ୍କୁ, ଶ୍ରେଷ୍ଠ ପ୍ରଯୋଜକ ( ଦର୍ଶକୀୟ ପସନ୍ଦ) ଭାବେ ନବୀନ ଭଣ୍ଡାରୀଙ୍କୁ, ଶ୍ରେଷ୍ଠ ଉତ୍ସାହୀ ପ୍ରଯୋଜକ ଭାବେ ଏନ୍‌. ଗଙ୍ଗାଧର ରେଡ୍ଡୀଙ୍କୁ ଏବଂ ଶ୍ରେଷ୍ଠ ଉଦୀୟମାନ ଅଭିନେତା ଭାବେ ଶୁଭାଶିଷ ନାଥ ଶର୍ମାଙ୍କୁ ପୁରଷ୍କୃତ କରାଯାଇଥିଲା । ଓଫା ସହ ସଂଶ୍ଳିଷ୍ଟ କିଛି ବିଶେଷ ବ୍ୟକ୍ତି ବିଶେଷଙ୍କୁ ଓଫାର ଉପଦେଷ୍ଟା ପ୍ରଶାନ୍ତ ମହାନ୍ତି ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଥିଲେ ।

ଏହି ସିନେ ଉତ୍ସବରେ ଓଡିଶାର ପ୍ରତିଷ୍ଠିତ ନୃତ୍ୟଗୁରୁ ସଫିବୁଲ୍ ହକ (ବାବୁ)ଙ୍କ ନିର୍ଦ୍ଦେଶନା ରେ ମୋକ୍ଷର କଳାକାରମାନେ ଓଡିଆ ଚଳଚିତ୍ରର ପୁରୁଣା ସଙ୍ଗୀତକୁ ନୃତ୍ୟରେ ସଜାଇ ବେଶ୍ ଚିତାକର୍ଷକ ନୃତ୍ୟ ପରିବେଶଣ କରିଥିବା ବେଳେ ଲୁବୁନ ଟୁବୁନ ଗ୍ରୁପର କଳାକାର ମାନେ ଆଧୁନିକ ନୃତ୍ୟ ପ୍ରଦର୍ଶନ କରଥିଲେ । ସେହିପରି କମେଡିଆନ ଗୁଡ୍ଡୁ ଓ ନଟିଆ କମେଡିରେ ଦର୍ଶକ ମାନଙ୍କୁ ହସାଇଥିଲେ ।

ଏହି କାର୍ଯ୍ୟକ୍ରମରେ ବିଜେଡିର ରାଜ୍ୟ ସାଧାରଣ ସଂପାଦକ ପ୍ରମୋଦ କିଶୋର ଜେନା, ସାନ ଖେମୁଣ୍ଡିର ବିଧାୟକ ରମେଶ ଚନ୍ଦ୍ର ଜେନା, ପ୍ରମେୟ ଗ୍ରୁପର ସି.ଇ.ଓ. ସୁନୀଲ ଦାସ, ସକାଳର ସି.ଇ.ଓ. ସୁବ୍ରତ ଦାଶ, ପ୍ରଯୋଜକ ଅକ୍ଷୟ ପରିଜା, ସମାଜସେବୀ ଡ. ସୌମେନ୍ଦ୍ର ମହାପାତ୍ର, ପୂର୍ବତନ ଆୟକର ନିର୍ଦ୍ଦେଶକ ବିଧୂଭୁଷଣ ମହାନ୍ତି, ଇମାଓର ସଂପାଦକ ସରୋଜ ମାଲିଆ, ସହ ସଂପାଦକ ଅକ୍ଷେନ୍ଦୁ ପଟ୍ଟନାୟକ, ଉପ ସଭାପତି ଶିବୁ ପଟ୍ଟନାୟକ, ଓପେରା ର ବିଜୟୀନୀ ସୁଭାଙ୍ଗୀ, ଅଭିନେତ୍ରୀ ପ୍ରିୟଙ୍କା, ବୁଲୁ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଜେନେରାଲ ମ୍ୟାନେଜର ମୁକ୍ତି ରଞ୍ଜନ ରାୟ, ପିତାମ୍ବର ସାହୁ, ଚିକିତ୍ସକ ପ୍ରଶାନ୍ତ ସାବୋତ, ମୃତ୍ୟୁଞ୍ଜୟ ଦାଶ, ସୁଶୃତ ଦାସ, ଗୋପବନ୍ଧୁ ନନ୍ଦ ପ୍ରମୁଖ ଯୋଗ ଦେଇ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥରଲେ, ଏହି କାର୍ଯ୍ୟକ୍ରମ ଗତବର୍ଷ ମାର୍ଚ୍ଚ ୧୫ ତାରିଖରେ କୋଭିଡ୍ ପାଇଁ ସ୍ଥଗିତ ଥିବା ବେଳେ ଓଫାର ୧୧ତମ ସଂସ୍କରଣ ଧୁମଧାମରେ ଅନୁଷ୍ଠିତ ହେବ ବୋଲି ପ୍ରକାଶ କରିଥିଲେ ଆୟୋଜକ ମାନେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପତିତପାବନ ପଣ୍ଡା, ସନ୍ତୋଷ ନାୟକ, ପ୍ରଦୀପ ସାହୁ, ପୃଥ୍ୱୀରାଜ ସ୍ୱାଇଁ, ଅସିତ ସାମଲ, ସୌରଭ ଦାସ ଓ ଉତ୍କଳ କେଶରୀ ସିଂହ।

Spread the love