ଅଭାବନୀୟ ଘଟଣା: ମହାରାଷ୍ଟ୍ର ନାସିକ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରୁ ୧୧ ରୋଗୀଙ୍କ ମୃତ୍ୟୁ

ମୁମ୍ବାଇ, ୨୧/୪: ମହାରାଷ୍ଟ୍ରର ନାସିକ ସହରରେ ଥିବା ଜାକିର ହୁସେନ୍ ହସ୍ପିଟାଲରେ ଅକ୍ସିଜେନ୍ ଅଭାବ କାରଣରୁ ୧୧ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବରଣ କରିଥିବା ସମସ୍ତ ରୋଗୀ ଭେଣ୍ଟିଲେଟରରେ ଥିଲେ।

ଏସମ୍ପର୍କରେ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି। ରାଜେଶ ଟୋପେଙ୍କ ଅନୁସାରେ ହସ୍ପିଟାଲରେ ଅକ୍ସିଜେନ୍ ଟ୍ୟାଙ୍କର ଲିକ୍ ହୋଇଯାଇଥିଲା। ଫଳରେ ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ଅକ୍ସିଜେନ୍ ମିଳିନଥିଲା।ଅନ୍ୟପକ୍ଷରେ ରାଜ୍ୟ ଖାଦ୍ୟ ମନ୍ତ୍ରୀ ରାଜେନ୍ଦ୍ର ଶିଙ୍ଗଣେଙ୍କ ଅନୁସାରେ ଏବେ ୨୫ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି । ରିପୋର୍ଟ ଅନୁସାରେ ଟ୍ୟାଙ୍କରକୁ ଭରା ଯାଉଥିବା ବେଳେ ଲିକ୍ ହୋଇଥିଲା । ଫଳରେ ହସ୍ପିଟାଲ ପରିସରରେ ଅକ୍ସିଜେନ୍ ବ୍ୟାପି ଯାଇଥିଲା। ରିପୋର୍ଟ ଅନୁସାରେ ଦୁର୍ଘଟଣା ଘଟିବା ବେଳେ ଭେଣ୍ଟିଲେଟରରେ ୨୫ରୁ ଅଧିକ ରୋଗୀ ଥିଲେ। ମହାରାଷ୍ଟ୍ର ସରକାରଙ୍କ ଅନୁସାରେ ଏବେ ୬୦ ଜଣ ରୋଗୀଙ୍କୁ ଅକ୍ସିଜେନ୍ ଯୋଗାଇ ଦିଆଯାଉଛି। ଘଟଣାର ତଦନ୍ତ ପାଇଁ ଆଦେଶ ଦିଆଯାଇଛି ।

Spread the love