ରାଜ୍ୟରେ ୧୧୦୩କୁ ବୃଦ୍ଧି ପାଇଲା କରୋନାଙ୍କ ସଂଖ୍ୟା, ୭ମୃତ: ପଢନ୍ତୁ କେଉଁ ଜିଲ୍ଲାରୁ କେତେ

ରାଜ୍ୟରେ ଆଜି ପୁଣି ୫୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୫୧ ଜଣକ ମଧ୍ୟରେ ପୁରୀରୁ ଜଣେ ଓ କଳାହାଣ୍ଡି ଜିଲ୍ଲାରୁ ଆଜି ୧୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିଭଳି  ଗଞ୍ଜାମ ଜିଲ୍ଲାରୁ ୪, ଯାଜପୁର ଜିଲ୍ଲାରୁ ୫, ସମ୍ବଲପୁର ଜିଲ୍ଲାରୁ ୨, ମୟୂରଭଞ୍ଜ ଜିଲ୍ଲାରୁ ୩, ନୟାଗଡ଼ ଜିଲ୍ଲାରୁ ୧୧, ଜଗତସିଂହପୁରରୁ ୨, ଅନୁଗୁଳ ଜିଲ୍ଲାରୁ ୨ ଓ କଟକ ଜିଲ୍ଲାରୁ ୯ ଜଣ, ମାଲକାନଗିରି ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।

ଏବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭୫୩ରେ ପହଞ୍ଚିଥିବା ବେଳେ ୩୪୭ଜଣ ସୁସ୍ଥ ହୋଇଛନ୍ତି।  ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି।  ସୂଚନାଯୋଗ୍ୟ, ପୂର୍ବରୁ ୫ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିଲା । ସେମାନଙ୍କ ମଧ୍ୟରେ ଦୁଇ ଜଣ ଖୋର୍ଦ୍ଧାର ଓ ୩ଜଣ ଗଞ୍ଜାମ ଜିଲ୍ଲାର ଥିଲେ ଓ ଅନ୍ୟ ଜଣେ କଟକରୁ । ପୁଣି ଗଞ୍ଜାମରେ ଆଜି ଜଣେ ସଂକ୍ରମଣରେ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।

Spread the love