୧୧ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା, ଉପକୃତ ହେବେ ସରକାରୀ କର୍ମଚାରୀ ଓ ପେନସନଭୋଗୀ

ଭୁବନେଶ୍ବର ୮।୧୦: ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହଙ୍ଗା ଭତ୍ତା ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂଜା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ପାଇଁ ୧୧ ପ୍ରତିଶତ ମହଙ୍ଗା ଘୋଷଣା କରିଛନ୍ତି। ଏହି ଘୋଷଣା ଫଳରେ ରାଜ୍ୟର ୪ ଲକ୍ଷ କର୍ମଚାରୀ ଓ ସାଢେ ୩ ଲକ୍ଷ ପେନସନ୍ ଭୋଗୀ ଉପକୃତ ହେବେ ।

ବର୍ତ୍ତମାନ ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ବୃଦ୍ଧି ହୋଇ ୨୮ ପ୍ରତିଶତରେ ପହଞ୍ଚିଲା । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଜୁଲାଇରୁ ପିଛିଲା ଭାବରେ ୧୧ ପ୍ରତିଶତ ମହଙ୍ଗା ଭତ୍ତା ଲାଗୁ ହେବ ଓ ଏହା ଅକ୍ଟୋବରରୁ ମିଳିବ । ବକେୟା ୩ ମାସର ବର୍ଦ୍ଧିତ ଭତ୍ତା ମଧ୍ୟ ନଗଦ ଆକାରରେ ମିଳିବ ।

Spread the love