ଆଜିଠୁ ୟୁ ଟ୍ୟୁବରେ ଶିକ୍ଷାଗ୍ରହଣ କରିବେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜିଠୁ ଅନଲାଇନ୍ ମୋଡରେ ପାଠପଢିବେ ଯୁକ୍ତ ଦୁଇ ପିଲା। ୟୁ ଟ୍ୟୁବରେ ଶିକ୍ଷାଗ୍ରହଣ କରିବେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପିଲା। ଏନେଇ ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଥିଲେ। ପୂର୍ବରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୟୁ ଟ୍ୟୁବରେ ପାଠ ପଢାଯାଉଛି। ଏଥିରେ ସଫଳତା ପରେ ଯୁକ୍ତ ଦୁଇ ପିଲାଙ୍କ ପ୍ରତି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ଯେଉଁମାନେ କରୋନା ପାଇଁ କ୍ଲାସ କରିପାରୁ ନାହାନ୍ତି, ସେମାନେ ଘରେ ରହି ୟୁ ଟ୍ୟୁବରେ ସମସ୍ତ ସିଲାବସ ପଢ଼ିପାରିବେ। ଯାହା ଫଳରେ ଛାତ୍ରଛାତ୍ରୀ ମାନେ ଅଧିକ ଉପକୃତ ହୋଇପାରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ଅଭିଭାବକଙ୍କ ଅନୁମତି ଆଣି ସ୍କୁଲକୁ ଆସୁଛନ୍ତି ଛାତ୍ରଛାତ୍ରୀ। ଯେଉଁ ଅଭିଭାବକ ଅନୁମତି ଦେଉ ନାହାନ୍ତି, ସେମାନଙ୍କ ପିଲାମାନେ ୟୁ ଟୁବରେ ପାଠ ପଢୁଛନ୍ତି ।

Spread the love