କରୋନାକୁ ନେଇ ୧୨ ଭ୍ରାନ୍ତ ଧାରଣା ଉପରେ ସ୍ପଷ୍ଟୀକରଣ : ସୁବ୍ରତ ବାଗଚୀ

ଭୁବନେଶ୍ୱର ୧୫/୦୪ : କରୋନାକୁ ନେଇ ସମସ୍ତଙ୍କ ମନରେ ଏକପ୍ରକାରର ଆତଙ୍କ ଖେଳିଯାଇଛି । ଏହି ପରିପ୍ରେକ୍ଷୀରେ କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଭାନ୍ତ ଧାରଣା ସୃଷ୍ଟି ହୋଇଛି ।ତେବେ, ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ଠାରେ ଆଯୋଜିତ ସାମ୍ବାଦିକ ସମ୍ମଳନୀରେ ରାଜ୍ୟ କୋଭିଡ୍‌-୧୯ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ କରୋନାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ୧୨ଟି ଭ୍ରାନ୍ତ ଧାରଣା ଉପରେ ନିଜର ସ୍ପଷ୍ଟୀକରଣ ରଖିଛନ୍ତି। ସେଗୁଡ଼ିକ ହେଲା…

-ନାକରେ ଲୁଣ ପାଣି ଟାଣିଲେ କରୋନା ସଂକ୍ରମଣ ହେବନାହିଁ!
-ତାପମାତ୍ରା ବଢ଼ିଲେ କରୋନା ଭୂତାଣୁ ମରିଯିବ!
-କରୋନାରେ ଥରେ ଆକ୍ରାନ୍ତ ହେଲେ ଏହା ସାରା ଜୀବନ ଗୋଡାଇବ!
-ଜୋରରେ ନିଃଶ୍ୱାସ ନେଇ ୧୦ ମିନିଟ ପାଇଁ ଭିତରେ ରଖି ପାରୁଥିଲେ କରୋନା ସଂକ୍ରମିତ ହୋଇନାହିଁ ବୋଲି ଜାଣିବ!
-ମଦ ପିଇଲେ କରୋନା ହେବ ନାହିଁ!
-ଗରମ ପାଣିରେ ଗାଧୋଇଲେ କରୋନା ହେବ ନାହିଁ!
-ମଶା କାମୁଡ଼ିଲେ କରୋନା ସଂକ୍ରମିତ ହୋଇଥାଏ!
-ରସୁଣ ଖାଇଲେ କରୋନା ହେବ ନାହିଁ!
-ଶିଶୁ ଓ ଯୁବକମାନଙ୍କୁ କରୋନା ହୋଇ ନଥାଏ!
-ଆଂଟିବାୟୋଟିକ୍ ‌ ଖାଇଲେ କରୋନା ହେବନି!
-କ୍ଲୋରିନ୍‌ ପାଣିରେ କୁଳୁକୁଚା କଲେ କରୋନା ହେବନି!
-ପୋଷା ଓ ବିଲେଇ ବା ଅନ୍ୟ ପାଳିତ ଜନ୍ତୁଙ୍କ ଠାରୁ କରୋନା ସଂକ୍ରମିତ ହୋଇଥାଏ!

Spread the love