ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବିଦ୍ୟୁତ୍ ବିଭ୍ରାଟ୍ ପ୍ରସଙ୍ଗ: ଆଜି ବାରିପଦାରେ ୧୨ ଘଣ୍ଟିଆ ହରତାଳ ଡାକରା

ମହାମହିମ ରାଷ୍ଟ୍ରପତିଙ୍କୁ ଅସମ୍ମାନ ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ହରତାଳ ଡାକରା ଦିଆ ଯାଇଛି। ଯାହାର ପ୍ରଭାବରେ ବାରିପଦା ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡି ମୋଟର ଆଦି ଚଳାଚଳ ମଧ୍ୟ ବନ୍ଦ ରହିଛି। ସ୍ଥାନେ ସ୍ଥାନେ ଦଳୀୟ କର୍ମୀ ମାନେ ପିକେଟିଂ କରୁଥିବା ଦେଖିବାକୁ ମିଳିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋର୍ଟ ପରିସର ସହ ବିଭିନ୍ନ କାର୍ଯ୍ୟାଳୟରେ ଦଳୀୟ କର୍ମୀ ମାନେ ରହି ହରତାଳରେ ସାମିଲ ହୋଇଛନ୍ତି।

Spread the love