12 ତାରିଖ ସୁଦ୍ଧା ବଡଦାଣ୍ଡକୁ ବିଦ୍ୟୁତ ସଂଯୋଗ

ବିଜୁଳି ସେବାକୁ ତ୍ଵରାନ୍ଵିତ କରିବା ପାଇଁ ଦିନରାତି ଏକ କର ଦେଇଛନ୍ତି ବିଦ୍ୟୁତ୍ ବିଭାଗ ଓ ଏନଡିଆରଏଫ। ଆଜି ସୁଦ୍ଧା ଭୁବନେଶ୍ଵରରେ ମୋଟ୍ 86 ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ହେବ ।  12 ତାରିଖ ସୁଦ୍ଧା ବଡ଼ ଦାଣ୍ଡରେ ବିଜୁଳି ଦେବାକୁ କାମ ଚାଲିଛି ।

ଭୁବନେଶ୍ଵରରେ 10 ତାରିଖ ସୁଦ୍ଧା 80 ପ୍ରତିଶତ, 12 ସୁଦ୍ଧା 100 ପ୍ରତିଶତ ବିଜୁଳି ସଂଯୋଗ ଯୋଗାଇ ଦିଆଯିବ। ଆଜି ସୁଦ୍ଧା ମୋଟ୍ 86 ହଜାର ଉପଭୋକ୍ତାଙ୍କୁ ବିଜଳି ମିଳିବ । ପୁରୀରେ 12 ତାରିଖ ସୁଦ୍ଧା ବିଜୁଳି ଯୋଗାଣ ପାଇଁ ଯୁଦ୍ଧକାଳିନଭିତ୍ତିରେ କାମ ଚାଲିଛି। ଏହିପରି 12 ତାରିଖ ସୁଦ୍ଧା ପୁରୀ ଓ କୋଣାର୍କ ସହରକୁ ବିଜୁଳି ସଂଯୋଗ ଦିଆଯିବ।

500 ଆଇଟିଆଇ ପିଲାଙ୍କୁ ଟିମ୍ କରି ଘରକୁ ଘର ପଠାଯିବ। ଆଇଟିଆଇ ପିଲା ଘରକୁ ଘର ଯାଇ ବିଦ୍ୟୁତ୍ ସଂଯୋଗରେ ସହାୟତା କରିବେ ।

Spread the love