ଟ୍ରକକୁ ପଛପଟୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍, ୧୨ ଆହତ

ତୀର୍ଥଯାତ୍ରୀ ବସ ଦୂର୍ଘଟଣାଗ୍ରସ୍ତ । ୧୦ରୁ ଉର୍ଦ୍ଧ୍ୱ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ଚିକିତ୍ସା ନିମନ୍ତେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।  ସୂଚନା ଅନୁଯାୟୀ, କୋଲକାତାରୁ ପୁରୀ ଅଭିମୁଖେ ବସଟି ଯାଉଥିବା ସମୟରେ ୧୬ନଂ ଜାତୀୟ ରାଜପଥ ଭଦ୍ରକ ଯୋରାଗଡ଼ିଆ ନିକଟରେ ଦୂର୍ଘଟଣାଗ୍ରସ୍ତ ହୋଇଥିଲା । ରାସ୍ତା କଡରେ ଛିଡା ହୋଇଥିବା ଟ୍ରକର ପଛପଟୁ ବାଡ଼େଇଥିଲା ତୀର୍ଥଯାତ୍ରୀ ବସ । ଫଳରେ ବସଟିର ସମ୍ମୁଖ ଅଂଶ ଭାଙ୍ଗି ଯିବା ସହ ଯାତ୍ରୀମାନେ ଦୂର୍ଘଟଣାର ଶିକାର ହୋଇଥିଲେ ।  ଦୂର୍ଘଟଣାଗ୍ରସ୍ତ ଯାତ୍ରୀମାନଙ୍କୁ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  କିଛି ଯାତ୍ରୀ ସୁସ୍ଥ ହୋଇ ନିଜ ନିଜ ଅଞ୍ଚଳକୁ ଫେରି ଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ଜଣାପଡିଛି ।

Spread the love