୧୨ ପୁଲିସ କର୍ମଚାରୀଙ୍କ ଅବସର ଗ୍ରହଣ
ଭୁବନେଶ୍ୱର: ଭୁବନେଶ୍ୱର ସହରାଞ୍ଚଳ ପୁଲିସ୍ ଜିଲ୍ଲାରେ ନିୟୋଜିତ ମୋଟ ୧୨ଜଣ ପୁଲିସ୍ କର୍ମଚାରୀ ଅବସର ଗ୍ରହଣ କରିଛନ୍ତି । ପୁଲିସ୍ ଚାକିରିରୁ ଅବସର ଗ୍ରହଣ କରିଥିବା ୩ଜଣ ଏଏସଆଇ, ୨ଜଣ ହାବିଲଦାର, ୬ଜଣ କନଷ୍ଟେବଲ୍, ଏବଂ ଜଣେ ଡ୍ରାଇଭର ନିଜ ଚାକିରିକାଳ ମଧ୍ୟରେ ସର୍ବଦା କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦେଇ ନିଷ୍ଠାପର କାର୍ୟ୍ୟ ସମ୍ପାଦନ କରିଥିବାରୁ ଭୁବନେଶ୍ୱର ସହରାଞ୍ଚଳ ପୁଲିସ୍ ବିଭାଗ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଅଛି ।
ଟ୍ରାଫିକ ଥାନାରେ କାର୍ୟରତ ଥିବା ଏଏସ୍ଆଇ ଶ୍ରୀ ବିଦ୍ୟାଧର ସାହୁ ୧୯୬୩ ମସିହାରେ ଖୋର୍ଦ୍ଧା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୯୮୯ ମସିହାରେ ପୁଲିସ୍ ବିଭାଗରେ ଯୋଗଦାନ କରିବା ସହିତ ପଦୋନ୍ନତି ପାଇ ୨୦୦୯ ମସିହା ପରଠାରୁ ଏଏସଆଇ ଭାବେ ଏହି ବିଭାଗକୁ ଦୀର୍ଘ ୩୩ ବର୍ଷରୁ ଉର୍ଦ୍ଧ୍ଵ ସମୟ ପର୍ୟ୍ୟନ୍ତ ସେବା ପ୍ରଦାନ କରିଆସିଛନ୍ତି । ସେହିଭଳି ୧୯୬୯ ମସିହାରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଲାଭ କରିଥିବା ଶ୍ରୀ ପରମେଶ୍ବର ନାୟକ, ୧୯୮୯ ମସିହାରେ ପୁଲିସ ବିଭାଗରେ ଯୋଗଦାନ କରିବା ସହିତ ୨୦୦୯ ମସିହାରେ ଏଏସଆଇ ଭାବେ ପଦୋନ୍ନତି ପାଇ ଦୀର୍ଘ ୩୩ ବର୍ଷରୁ ଅଧିକ କାଳ ପର୍ୟ୍ୟନ୍ତ ପୁଲିସ ବିଭାଗ ଲାଗି ନିରବଚ୍ଛିନ୍ନ ସେବା ଯୋଗାଇ ଆସିଛନ୍ତି । ଅବସର ନେବା ସମୟରେ ସେ ଭୁବନେଶ୍ବର ରିଜର୍ଭ ଅଫିସରେ କାର୍ୟ୍ୟରତ ଥିଲେ । ଏଏସଆଇ ଶ୍ରୀ ଜୟ କିଶୋର ପଟ୍ଟନାୟକ ୧୯୬୩ ମସିହାରେ ଖୋର୍ଦ୍ଧା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ବେଳେ ୧୯୮୫ ମସିହାରେ ପୁଲିସ୍ ବିଭାଗରେ ଚାକିରୀ କରିବାର ସୁଯୋଗ ପାଇ ପରେ ୨୦୦୯ ମସିହାରେ ପଦୋନ୍ନତି ପାଇବା ସହିତ ପ୍ରାୟ ୩୭ ବର୍ଷରୁ ଉର୍ଦ୍ଧ୍ଵ ସମୟ ଅବଧି ପର୍ୟ୍ୟନ୍ତ ଏହି ବିଭାଗରେ ନିଜର ସେବା ସୂଚାରୁ ରୂପେ ସମ୍ପାଦନ କରିଆସିଛନ୍ତି । ଚାକିରି ଜୀବନର ଶେଷ ସମୟରେ ସେ ଖଣ୍ଡଗିରି ଥାନାରେ କାର୍ୟ୍ୟରତ ଥିଲେ । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ୧୯୬୩ ମସିହାରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଶାନ୍ତନୁ କୁମାର ପଟ୍ଟନାୟକ ଅବସର ନେବା ସମୟରେ ଖାରବେଳନଗର ଥାନାରେ କର୍ତ୍ତବ୍ୟ ସମ୍ପାଦନ କରୁଥିଲେ । ସେ ୧୯୮୫ ମସିହାରେ ପୁଲିସ୍ ବିଭାଗରେ ଚାକିରୀ ଜୀବନ ଆରମ୍ଭ କରିଥିବା ବେଳେ ୨୦୧୨ ମସିହାରେ ସିଆଇ ହାବିଲଦାର ଭାବେ ପଦୋନ୍ନତି ପାଇଥିଲେ । ହାବିଲଦାର ଶ୍ରୀ ଲୋକନାଥ ବେହେରା ୧୯୬୩ ମସିହାରେ ପୁରୀ ଠାରେ ଜନ୍ମ ଗ୍ରହଣ କରିଥିବା ବେଳେ ୧୯୮୫ ମସିହାରେ ପୁଲିସ ବିଭାଗରେ ଚାକିରୀ ଜୀବନ ଆରମ୍ଭ କରିଥିଲେ । ସେ ୧୯୯୯ ମସିହାରେ ହାବିଲଦାର ଭାବେ ପଦୋନ୍ନତି ପାଇବା ସହିତ ପୁଲିସ୍ ବିଭାଗରେ ୩୭ ବର୍ଷରୁ ଉର୍ଦ୍ଧ୍ଵ ସମୟସୀମା ପର୍ୟ୍ୟନ୍ତ ନିଜର ନିଷ୍ଠାପର ସେବା ପ୍ରଦାନ କରିଛନ୍ତି । ସେହିଭଳି ୧୯୬୩ ମସିହାରେ ଯାଜପୁର ଜିଲ୍ଲାରେ ଜନ୍ମଲାଭ କରିଥିବା ଶ୍ରୀ ରମେଶ କୁମାର ପ୍ରଧାନ ୧୯୮୫ ମସିହାରେ ପୁଲିସ ବିଭାଗରେ ଜଣେ କନଷ୍ଟେବଲ୍ ଭାବେ ଯୋଗଦାନ କରିବା ସହିତ ଦୀର୍ଘ ୩୭ ବର୍ଷରୁ ଉର୍ଦ୍ଧ୍ବ କାଳ ପର୍ୟ୍ୟନ୍ତ ପୁଲିସ ବିଭାଗ ଲାଗି ନିରବଚ୍ଛିନ୍ନ ସେବା ଯୋଗାଇ ଆସିଛନ୍ତି । ଅବସର ନେବା ସମୟରେ ସେ କ୍ୟାପିଟାଲ ଥାନାରେ ନିଯୁକ୍ତ ଥିଲେ । କନଷ୍ଟେବଲ୍ ଶ୍ରୀ ହରେକୃଷ୍ଣ ଦଳାଇ ୧୯୬୩ ମସିହାରେ ଖୋର୍ଦ୍ଧା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ବେଳେ ୧୯୮୫ ମସିହାରେ ପୁଲିସ୍ ଚାକିରୀ କରିବାର ସୁଯୋଗ ପାଇଥିଲେ । ସେ ପ୍ରାୟ ୩୭ବର୍ଷରୁ ଉର୍ଦ୍ଧ୍ଵ ସମୟ ଅବଧି ପର୍ୟ୍ୟନ୍ତ ଏହି ବିଭାଗରେ ରହି ନିଜର ସେବା ସୂଚାରୁ ରୂପେ ସମ୍ପାଦନ କରିଆସିଛନ୍ତି । ଚାକିରି ଜୀବନର ଶେଷ ସମୟରେ ସେ ଭିଏସଏସ ନଗର ଟ୍ରାଫିକ ଆଉଟ ପୋଷ୍ଟରେ ନିଯୁକ୍ତ ଥିଲେ । ସେହିପରି ମୟୂରଭଞ୍ଜ ଜିଲ୍ଲାରେ ୧୯୬୩ ମସିହାରେ ଜନ୍ମଗ୍ରହଣ କରିଥିବା ଶ୍ରୀ କିଶୋର କୁମାର ମହାନ୍ତି ଅବସର ନେବା ସମୟରେ ରିଜର୍ଭ ଅଫିସରେ କର୍ତ୍ତବ୍ୟ ସମ୍ପାଦନ କରୁଥିଲେ । ସେ ୧୯୮୫ ମସିହାରେ ପୁଲିସ୍ ବିଭାଗରେ ଜଣେ କନଷ୍ଟେବଲ୍ ଭାବେ ଚାକିରୀ ଜୀବନ ଆରମ୍ଭ କରିଥିବା ବେଳେ ୩୭ ବର୍ଷରୁ ଉର୍ଦ୍ଧ୍ବ କାଳ ପର୍ୟ୍ୟନ୍ତ ପୁଲିସ ବିଭଗ ନିମନ୍ତେ ସେବା ଯୋଗାଇ ଆସିଛନ୍ତି । ଶ୍ରୀ ଦେବରଞ୍ଜନ ଜେନା ୧୯୬୩ ମସିହାରେ କଟକ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ବେଳେ ୨୦୦୧ ମସିହାରେ ଜଣେ କନଷ୍ଟେବଲ୍ ଭାବେ ଚାକିରୀ ଜୀବନ ଆରମ୍ଭ କରିବା ସହିତ ଦୀର୍ଘ ୨୧ ବର୍ଷରୁ ଅଧିକ କାଳ ପର୍ୟ୍ୟନ୍ତ ପୁଲିସ ବିଭାଗ ଲାଗି ନିରନ୍ତର ସେବା ଯୋଗାଇ ଆସିଛନ୍ତି । ଚାକିରି ଜୀବନରୁ ଅବସର ନେବା ସମୟରେ ସେ ରିଜର୍ଭ ଅଫିସରେ ନିଯକ୍ତ ଥିଲେ । ସେହିପରି କଟକ ଜିଲ୍ଲାରେ ୧୯୬୩ ମସିହାରେ ଜନ୍ମଗ୍ରହଣ କରିଥିବା ଶ୍ରୀ ହାଡିବନ୍ଧୁ ଦାସ ଚାକିରି ଜୀବନରୁ ଅବସର ନେବା ସମୟରେ ବଡଗଡ ଥାନାରେ କର୍ତ୍ତବ୍ୟ ସମ୍ପାଦନ କରୁଥିଲେ। ସେ ୧୯୮୯ ମସିହାରେ ପୁଲିସ୍ ବିଭାଗରେ ଜଣେ କନଷ୍ଟେବଲ୍ ଭାବେ ଚାକିରୀ ଜୀବନ ଆରମ୍ଭ କରିଥିବା ବେଳେ ଦୀର୍ଘ ୩୩ ବର୍ଷରୁ ଉର୍ଦ୍ଧ୍ବ କାଳ ପର୍ୟ୍ୟନ୍ତ ନିରନ୍ତର ସେବା ଯୋଗାଇ ଆସିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ୧୯୬୩ ମସିହାରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ରମେଶ ଚନ୍ଦ୍ର ବେହେରା ୧୯୮୬ ମସିହାରେ ପୁଲିସ ବିଭାଗରେ ଜଣେ କନଷ୍ଟେବଲ୍ ଭାବେ ନିଯୁକ୍ତି ପାଇବା ସହିତ ଦୀର୍ଘ ୩୬ ବର୍ଷରୁ ଉର୍ଦ୍ଧ୍ବ କାଳ ପର୍ୟ୍ୟନ୍ତ ସମ୍ପୃକ୍ତ ବିଭଗ ଲାଗି ସେବା ଯୋଗାଇ ଆସିଛନ୍ତି । ଚାକିରି ଜୀବନର ଶେଷ ସମୟରେ ସେ ରିଜର୍ଭ ଅଫିସରେ ନିଯୁକ୍ତ ଥିଲେ । ସେହିପରି ଶ୍ରୀ ସୁରେନ୍ଦ୍ର କୁମାର ପଣ୍ଡା, ଜଗତସିଂହପୁର ଜିଲ୍ଲାରେ ୧୯୬୩ ମସିହାରେ ଜନ୍ମ ଗ୍ରହଣ କରିଥିବା ବେଳେ ୧୯୮୮ ମସିହାରେ ଜଣେ ଡ୍ରାଇଭର ଭାବେ ପୁଲିସ ବିଭାଗରେ ଚାକିରୀ ଜୀବନ ଆରମ୍ଭ କରିବା ସହିତ ଦୀର୍ଘ ୩୪ ବର୍ଷରୁ ଅଧିକ କାଳ ପର୍ୟ୍ୟନ୍ତ ପୁଲିସ ବିଭାଗ ଲାଗି ନିରନ୍ତର ସେବା ଯୋଗାଇ ଆସିଛନ୍ତି । ଚାକିରି ଜୀବନରୁ ଅବସର ନେବା ସମୟରେ ସେ ରିଜର୍ଭ ଅଫିସରେ ନିଯକ୍ତ ଥିଲେ ।