କନ୍ୟାଦାନ ପାଇଁ ଆଉ ରହିବନି ଚିନ୍ତା ମାତ୍ର 121ଟଙ୍କାରେ ସ୍କିମ୍
ଏଲ୍ଆଇସି ଆଣିଛି କନ୍ୟାଦାନ ପଲିସି ଝିଅଙ୍କ ପାଇଁ।ଏହା ହେଉଛି ବହୁତ ଲୋକପ୍ରିୟ ସ୍କିମ୍।ଏହି ସ୍କିମ୍ର ଲକ୍ଷ୍ୟ- ଝିଅଙ୍କ ପାଠପଢ଼ା ଓ ତାଙ୍କର ବିବାହ ପାଇଁ ମାତାପିତାଙ୍କୁ ଟଙ୍କା ସଂଗ୍ରହ କରିବାର ମାଧ୍ୟମ ଉପଲବ୍ଧ କରାଇବା ,ଏଥିପାଇଁ ପଲିସିକୁ ଏଲ୍ଆଇସି ଦ୍ୱାରା କନ୍ୟାଦାନ ପଲିସିର ନାଁ ଦିଆଯାଇଛି । ଯଦି ଆପଣ ଏହି ଖାସ୍ ଏଲ୍ଆଇସି ପଲିସି ନେଉଛନ୍ତି ତ , ଆପଣଙ୍କୁ ଏହାର ବିବାହ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଆଜି ଆମେ ଆପଣଙ୍କୁ ଏଲ୍ଆଇସିର ଏହି ଖାସ୍ ପଲିସି ବିଷୟରେ କହିବାକୁ ଯାଉଛୁ -ଏଥିପାଇଁ ଝିଅର ବୟସ ୧ବର୍ଷ ଓ ମାତାପିତାଙ୍କ ସର୍ବନିମ୍ନ ଆୟୁ ୩୦ ବର୍ଷ ହେବା ଉଚିତ୍ । ଏହା ୨୫ ବର୍ଷର ପ୍ଲାନ୍ ହେବ । ହେଲେ ଆପଣଙ୍କୁ ୨୨ ବର୍ଷ ପାଇଁ ପ୍ରିମିୟମ ଦେବାକୁ ପଡିବ। ଏଲ୍ଆଇସି ପଲିସି ଝିଅର ବୟସ ଆଧାରରେ ଅଲଗା ଅଲଗା ଅବଧି ପାଇଁ ଉପଲବ୍ଧ ଅଛି , ହେଲେ ଏଥରେ ପଲିସିର ସୀମା କମିଯିବ ଏବଂ ପ୍ରିମିୟମ ବଢ଼ି ଯିବ। ଯଦି ପଲିସି ନେବା ପରେ କୌଣସି କାରଣରୁ ପଲିସିଧାରକଙ୍କର ମୃତ୍ୟୁ ହୋଇଯାଏ ତ ପରିବାରକୁ ବାକି ପ୍ରିମିୟମର ଭରିବାକୁ ହେବ ନାହିଁ । ଯଦି ମୃତ୍ୟୁ ଆକସ୍ମିକ ହୁଏ ତ ପରିବାରକୁ ୧୦ଲକ୍ଷ ଟଙ୍କାର ମୋଟ ରାଶି ମିଳିବ। ଯଦି ସାମାନ୍ୟ ପରିସ୍ଥିତିରେ ମୃତ୍ୟୁ ହୁଏ ତ ପରିବାରକୁ ୫ ଲକ୍ଷ ଟଙ୍କା ମିଳିବ । ପରିବାରକୁ ମାଚ୍ୟୋରିଟି ଯାଏ ପ୍ରତି ବର୍ଷ ୫୦,୦୦୦ଟଙ୍କା ମଧ୍ୟ ମିଳିବ ।ଏଲ୍ଆଇସିର କନ୍ୟାଦାନ ପଲିସି ଖୋଲିବା ପାଇଁ ଆଧାର କାର୍ଡ, ଆୟ ପ୍ରମାଣ ପତ୍ର , ପରିଚୟ ପତ୍ର , ଠିକଣା ପ୍ରମାଣ ଓ ପାସପୋର୍ଟ ସାଇଜ୍ ଫଟୋର ଆବଶ୍ୟକ ହେବ। ଏହା ବ୍ୟତୀତ ଏକ ହସ୍ତଲିଖିତ ଆବେଦନ ପତ୍ର ଓ ପ୍ରଥମ ପ୍ରିମିୟମ ପାଇଁ ଏକ ଚେକ୍ ବା ନଗଦ ଅର୍ଥ ସହ ଏକ ଜନ୍ମ ପ୍ରମାଣ ପତ୍ର ମଧ୍ୟ ଦେବାକୁ ହେବ ।ଏଲ୍ଆଇସିର କନ୍ୟାଦାନ ପଲିସିରେ ଆପଣଙ୍କୁ ପ୍ରତିଦିନ ୧୨୧ଟଙ୍କା ବା ମାସର ୩୬୦୦ଟଙ୍କା ଜମା କରିବାକୁ ହେବ । ଏହି ପ୍ରିମିୟମର ପୂରା ହେବା ପରେ ଆପଣଙ୍କୁ ନିଜର ଝିଅର ବିବାହ ପାଇଁ ୨୭ ଲକ୍ଷ ଟଙ୍କା ମିଳିବ ।