ଦିଲ୍ଲୀ ଆଗରେ ୧୨୮ ରନର ବିଜୟ ଲକ୍ଷ୍ୟ ରଖିଲା କୋଲକାତା

ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲର ୨୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ ଆଗରେ ୧୨୮ ରନର ବିଜୟ ଲକ୍ଷ୍ୟ ରଖିଛି କୋଲକାତା ନାଇଟରାଇଡର୍ସ । ଏହି ମ୍ୟାଚରେ ଦିଲ୍ଲୀ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି କୋଲାକାତା ଆରମ୍ଭରୁ ହିଁ ନିୟମିତ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । କେବଳ ଜାସନ ରଏ ୪୩ରନ କରିଥିବାବେଳେ ଅନ୍ଦ୍ରେ ରସେଲ ୩୮ରନ କରିଥିଲେ ଓ ମନଦୀପ ସିଂ ୧୨ ରନ କରିଥିଲେ । କିନ୍ତୁ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଦୁଇ ଅଂକ ଛୁଇଁପାରିନଥିଲେ । କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୧୨୭ରନ କରି ଅଲଆଉଟ ହୋଇଯାଇଥିଲା । ଦିଲ୍ଲୀ ପକ୍ଷରୁ ଇଶାନ୍ତ ଶର୍ମା, ଅନରିଚ ନୋର୍ଜି,ଅକ୍ଷର ପଟେଲ ଓ କୁଳଦୀପ ଯାଦବ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଦିଲ୍ଲୀ ପାଇଁ ଚଳିତ ଆଇପିଏଲ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଦଳ ଏପର୍ଯ୍ୟନ୍ତ ୫ଟି ମ୍ୟାଚ ଖେଳିଥିଲେ ବି କୌଣସିଟିରେ ବିଜୟ ହାସଲ କରିପାରିନାହିଁ । ଅନ୍ୟପକ୍ଷରେ କୋଲକାତା ୫ଟି ମ୍ୟାଚରୁ ୨ଟିରେ ବିଜୟ ହାସଲ କରିଛି ।

Spread the love