ମାର୍ଚ୍ଚରେ ୧୩ ଦିନ ବନ୍ଦ୍ ବ୍ୟାଙ୍କ୍

ନୂଆଦିଲ୍ଲୀ ୨୮/୦୨: ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଆପଣଙ୍କ କାରବାରକୁ ସହଜ କରିଛି । କିନ୍ତୁ ଏପରି ଅନେକ କାର୍ଯ୍ୟ ଅଛି ଯାହା ପାଇଁ ବ୍ୟାଙ୍କ ଯିବାକୁ ବାଧ୍ୟ କରିଥାଏ । ତେଣୁ ଗ୍ରାହକଙ୍କ ପାଇଁ ଏହା ଜାଣିବା ଜରୁରୀ ଯେ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ ଏବଂ କେଉଁ ଦିନ ଏହା ଖୋଲା ରହିବ।
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ମାର୍ଚ୍ଚ ୨୦୨୨ରେ ମାର୍ଚ୍ଚ ମାସରେ ବ୍ୟାଙ୍କ ଛୁଟିଦିନର ତାରିଖ ଘୋଷଣା କରିଛି ।

ଆସନ୍ତାକାଲି ମାର୍ଚ୍ଚ ୧ (ମଙ୍ଗଳବାର) ରେ ମହାଶିବରାତ୍ରୀ ପର୍ବରୁ ଏହା ଆରମ୍ଭ ହେବ । ଆରବିଆଇ ଅନୁଯାୟୀ, ମାର୍ଚ୍ଚ ୨୦୨୨ରେ, ପର୍ବ ତଥା ଅନ୍ୟାନ୍ୟ ବିଶେଷ ଉତ୍ସବରେ ବିଭିନ୍ନ ଜୋନ୍‌ରେ ବ୍ୟାଙ୍କଗୁଡିକ ମୋଟ ୭ଦିନ ବନ୍ଦ ରହିବ । ଏହା ବ୍ୟତୀତ ବ୍ୟାଙ୍କଗୁଡିକ ରବିବାର ଏବଂ ପ୍ରତ୍ୟେକ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ମଧ୍ୟ ବନ୍ଦ ରହିବ ।

ମାର୍ଚ୍ଚ ୧: ମହାଶିବରାତ୍ରୀ ଅବସରରେ କାନପୁରସ ଲକ୍ଷ୍ନୌ ଜୟପୁର, ରାଞ୍ଚି, ଶ୍ରୀନଗର, ତିରୁଭନ୍ତପୂରଣ ସମେତ ଦେଶର ପ୍ରାୟ ପ୍ରମୁଖ ସହରରେ ବ୍ୟାଙ୍କ ବନ୍ଦ ରହିବ
ମାର୍ଚ୍ଚ ୩: ଲୌସାର ଅବସରରେ ଗ୍ୟାଙ୍ଗଟକରେ ଛୁଟି ରହିବ ବ୍ୟାଙ୍କ
ମାର୍ଚ୍ଚ ୪: ଚପଚାର ପୁଟ ପର୍ବ ଅବସରରେ ଆଇଜୋଲରେ ବନ୍ଦ ରହିବ ବ୍ୟାଙ୍କ
ମାର୍ଚ୍ଚ ୬:ରବିବାର ବ୍ୟାଙ୍କ ବନ୍ଦ
ମାର୍ଚ୍ଚ ୧୨: ମାସର ଦ୍ୱିତୀୟ ଶନିବାର ଛୁଟି
ମାର୍ଚ୍ଚ ୧୩: ରବିବାର ଛୁଟି
ମାର୍ଚ୍ଚ ୧୭: ହୋଲିକା ଦହନ ଲାଗି ଲକ୍ଷ୍ନୌସ ଡେହରାଡୁନ୍ ଏବଂ ରାଞ୍ଚି ଜୋନରେ ଛୁଟି ରହିବ
ମାର୍ଚ୍ଚ ୧୮: ହୋଲି, ଦଳ ଯାତ୍ରା ଅବସରରେ କୋଲକାତା, ବେଙ୍ଗାଲୁରୁ, ଭୁବନେଶ୍ୱର, ଚେନ୍ନାଇ, କୋଚ୍ଚି, ଚେନ୍ନାଇ, ଇମ୍ଫାଲ୍, ଏବଂ ତିରୁବନ୍ତପୂରମ ସମେତ ଅନ୍ୟ ସମସ୍ତ ଜୋନରେ ଛୁଟି ରହିବ

ମାର୍ଚ୍ଚ ୧୯: ହୋଲି, ୟୋଓସଂଙ୍ଗ ଅବସରରେ ଭୁବନେଶ୍ୱର, ଇମ୍ଫାଲ ଏବଂ ପାଟନାରେ ଛୁଟି ରହିବ
ମାର୍ଚ୍ଚ ୨୦: ରବିବାର ବନ୍ଦ ବ୍ୟାଙ୍କ ରହିବ
ମାର୍ଚ୍ଚ ୨୨: ବିହାର ଦିବସ ଅବସରରେ ପାଟନାରେ ବ୍ୟାଙ୍କ ବନ୍ଦ
ମାର୍ଚ୍ଚ ୨୬: ମାସର ଚତୁର୍ଥ ଶନିବାର ବନ୍ଦ ରହିବ ବ୍ୟାଙ୍କ
ମାର୍ଚ୍ଚ ୨୭: ରବିବାର ହେତୁ ବନ୍ଦ ରହିବ ବ୍ୟାଙ୍କ
ଏଟିଏମ୍ ଏବଂ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଉପରେ ପଡିବନି କୌଣସି ପ୍ରଭାବ:
ମାର୍ଚ୍ଚ ମାସରେ ବ୍ୟାଙ୍କଗୁଡିକର ଶାଖା ବନ୍ଦ ହେବା ହେତୁ ଏଟିଏମ୍ ଏବଂ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ସେବା ଉପରେ କୌଣସି ପ୍ରଭାବ ପଡିବନି । ଏନେଇ ଆରବିଆଇ ସ୍ପଷ୍ଟ କରିଛି। କେବଳ ସେହି ଗ୍ରାହକମାନେ ଏହି ଛୁଟିଦିନ ଦ୍ୱାରା ପ୍ରଭାବିତ ହେବେ, ଯେଉଁମାନେ କିଛି କାମ ପାଇଁ ଶାରୀରିକ ଭାବରେ ବ୍ୟାଙ୍କ ଶାଖାକୁ ଯିବାକୁ ପଡିଥାଏ । ଏଥିରେ ଚେକ୍ କ୍ଲିୟରାନ୍ସ ଏବଂ KYC ପରି ସେବା ଅନ୍ତର୍ଭୁକ୍ତ ରହିଛି ।

Spread the love