ସର୍ବାଧିକ ୧୩ଜଣ ସଂକ୍ରମିତଙ୍କ ମୃତ୍ୟୁ

ଆଜି ରାଜ୍ୟରେ ୧୭୩୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ସର୍ବାଧିକ ୧୩ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଗଞ୍ଜାମରୁ ସର୍ବାଧିକ ୬ ଜଣଙ୍କ ଘଟିଥିବା ବେଳେ, କୋରାପୁଟ ଓ ଖୋର୍ଦ୍ଧାରୁ ୨ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ଏହାଛଡ଼ା ନୟାଗଡ଼, ବରଗଡ଼ ଓ ବାଲେଶ୍ବରରୁ ଜଣେ ଲେଖାଏଁ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଆଜି ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କ ଭିତରେ ୧୨ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି।

ଗଞ୍ଜାମର ୫ଜଣ ମୃତକ ପୁରୁଷଙ୍କ ବୟସ ୬୫, ୪୦, ୩୭, ୬୬ ଓ ୫୦ ବର୍ଷ। ମହିଳାଜଣକ ୬୦ ବର୍ଷ ବୟସ୍କା। କୋରାପୁଟର ମୃତକମାନେ ପୁରୁଷ ଓ ସେମାନଙ୍କ ବୟସ ଯଥାକ୍ରମେ ୪୭ ଓ ୬୫ ବର୍ଷ। ଖୋର୍ଦ୍ଧାର ଦୁଇ ପୁରୁଷ ମୃତକଙ୍କ ବୟସ ଯଥାକ୍ରମେ ୬୦ ଓ ୫୨ ବର୍ଷ।୫୨ ବର୍ଷ ବୟସ୍କ ପୁରୁଷଜଣକ ଭୁବନେଶ୍ବରର ବୋଲି ସୂଚନା ମିଳିଛି।  ବରଗଡ଼ରେ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି। ଉକ୍ତ ପୁରୁଷଙ୍କ ବୟସ ୩୯ ବର୍ଷ ବୋଲି ଜଣାଯାଇଛି। ବାଲେଶ୍ବରର ମୃତକ ଜଣେ ୮୧ ବର୍ଷ  ବୟସ୍କ ପୁରୁଷ ଏବଂ ନୟାଗଡ଼ରେ ୬୦ ବର୍ଷିୟ ପୁରୁଷ ବୋଲି ସୂଚନା ଦିଆଯାଇଛି।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୩୦,୨୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫,୩୬୫ ରହିଛି।

Spread the love