ସମ୍ବିଧାନ ଦିବସରେ ଜେଲରୁ ମୁକୁଳିଲେ ୧୪ କଏଦୀ
ସମ୍ବିଧାନ ଦିବସରେ ଜେଲରୁ ମୁକୁଳିଲେ ୧୪ଜଣ କଏଦୀ । ବିଭିନ୍ନ ଜେଲରେ ଆଜୀବନ ସଜା କାଟୁଥିବା ଏହି କଏଦୀଙ୍କୁ ଜେଲରୁ ମୁକ୍ତି ମିଳିଛି । ହତ୍ୟା, ଦୁଷ୍କର୍ମ, ଡକାୟତି ଭଳି ସଂଗୀନ ଅଭିଯୋଗରେ ଆଜୀବନ ସଜ୍ଜା କାଟୁଥିଲେ ଏହି କଏଦୀ । ରାଉଲକେଲାରୁ ୨ଜଣ, ଜାମୁଝରି ଜେଲରୁ ୩, କୋରାପୁଟ ଜେଲରୁ ୪ ଜଣ, ସମ୍ବଲପୁର, ଭୁବନେଶ୍ୱର ଓ ଫୁଲବାଣୀ, ବଣାଇଗଡ଼ ଓ ଦେବଗଡ଼ରୁ ଜଣେ ଲେଖାଏଁ ଆଜୀବନ ସଜ୍ଜା କାଟୁଥିବା କଏଦୀ ଜେଲରୁ ମୁକୁଳିଛନ୍ତି । ଜେଲରେ କଏଦୀଙ୍କ ଆଚରଣ ଓ ବ୍ୟବହାର ଦେଖି ମୁକୁଳାଇବା ପାଇଁ ଜେଲ ବିଭାଗ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡକୁ ସୁପାରିସ କରିଥିଲା । ଆଉ ରାଜ୍ୟ ସରକାରଙ୍କ ଠାରୁ ଅନୁମୋଦନ ମିଳିବା ପରେ ଏହି କଏଦୀ ମାନଙ୍କୁ ଜେଲରୁ ମୁକ୍ତି ମିଳିଛି । ସେପଟେ ବିଏନଏସ ୪୭୯ ଦଫାରେ ୧୦ ଜଣ ବିଚାରଧୀନ କଏଦୀଙ୍କୁ ମଧ୍ୟ ଜେଲରୁ ଜାମିନ ଦିଆଯାଇଛି । ଯେଉଁଥିରେ ଭୁବନେଶ୍ୱରରୁ ୯ ଜଣ ଜଗତସିଂହପୁରରେ ଜଣେ କଏଦୀ ଅଛନ୍ତି । ଏମାନେ ନିଜ ସଜାର ଏକ ତୃତୀୟାଂଶ ଜେଲରେ କାଟିଛନ୍ତି । ସେହିପରି ଅନୁଗୁଳ ଜଣେ, ରାଉଲକେଲା ଜଣେ ଓ ପାଟଣାଗଡ଼ର ଜଣେ କଏଦୀଙ୍କର ଛାଡିବା ପାଇଁ ସୁପାରିଶ ହୋଇଛି ।