ଗୋଟିଏ ଦିନରେ ୧୪୧ ମଦ୍ୟପ ଗାଡ଼ି ଚାଳକ ଧରାପଡ଼ିଲେ

ଓଡ଼ିଶା ପୁଲିସ ମଦ ପିଇ ଗାଡ଼ି ଚଲାଉଥିବା ଚାଳକଙ୍କୁ ଧରିବା ପାଇଁ ଏକ ବିଶେଷ ଅଭିଯାନ ଆରମ୍ଭ କରିଛି। ରାଜ୍ୟରେ ଦୁର୍ଘଟଣାରୁ ହେଉଥିବା ମୃତ୍ୟୁ ମଧ୍ୟରୁ ମଦ ପିଇ ଗାଡ଼ି ଚଳାଇବା ଅନ୍ୟତମ। ମୋଟରଯାନ ଅଧି ନିୟମ-୨୦୧୯ ଅନୁସାରେ ଏଯାବତ ମଦ ପିଇ ଗାଡ଼ି ଚଳାଉଥିବା ୪୨୬ଜଣ ଚାଳକଙ୍କୁ ଗିରଫ କରାଯାଇଛି।ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଗିରଫ କରାଯାଇଥିବା ୪୨୬ଜଣଙ୍କ ମଧ୍ୟରୁ ଗୋଟିଏ ଦିନରେ ମଦ ପିଇ ଗାଡ଼ି ଚଳାଉଥିବା ୧୪୧ଜଣ ଚାଳକଙ୍କୁ ଗିରଫ କରାଯାଇଛି। ଗିରଫ ଚାଳକଙ୍କ ମଧ୍ୟରୁ ଗଞ୍ଜାମରୁ ୨୬ଜଣଙ୍କୁ, ଯାଜପୁରରୁ ୨୦ଜଣଙ୍କୁ ଓ ସମ୍ବଲପୁରରୁ ୧୮ ଜଣଙ୍କୁ ପୁଲିସ ଗିରଫ କରିଛି।ମଦ୍ୟ ପାନ କରି ଗାଡ଼ି ଚଳାଉଥିବା ଚାଳକଙ୍କ ବିରୋଧରେ ବିଶେଷ ଅଭିଯାନ ସେପ୍ଟେମ୍ବର ୬ ତାରିଖରୁ ଆରମ୍ଭ ହୋଇଛି। ଏଭଳି ଅଭିଯାନ ଆରମ୍ଭ କରିବା ପଛର ଲକ୍ଷ୍ୟ ରହିଛି କି, ମଦପାନ କରି ଗାଡ଼ି ଚଳାଉଥିବା ଚାଳକଙ୍କ ସଂଖ୍ୟା କମ୍‌ କରାଯିବ । ଫଳରେ ସଡ଼କ ଦୁର୍ଘଟଣାକୁ କିଛି ମାତ୍ରାରେ ହ୍ରାସ କରାଯାଇ ପାରିବ।

Spread the love