୪ ହଜାର ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା: ଆଜି ୧୪୬

ଭୁବନେଶ୍ୱର,୧୫/୦୬: ଦିନକୁ ଦିନ କାୟା ବିସ୍ତାର କରିଚାଲିଛି କରୋନା। ଏହି କ୍ରମରେ ଆଜି ରାଜ୍ୟରେ ପୁଣି ୧୪୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୫୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏଥିରୁ ୧୮ଜଣ ସ୍ଥାନୀୟ ସଂକ୍ରମିତ ଥିବାବେଳେ ଅବଶିଷ୍ଟ ୧୨୮ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି।

୧୫ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଥିବା ବେଳେ କନ୍ଧମାଳ ଜିଲ୍ଲାରୁ ସର୍ବାଧିକ ୪୮,କଟକ ଜିଲ୍ଲାରୁ ୧୯, ଭଦ୍ରକ ଜିଲ୍ଲାରୁ ୧୯, ଖୋର୍ଦ୍ଧା ଜିଲ୍ଲାରୁ ୭, ନୟାଗଡ ଜିଲ୍ଲାରୁ ୪, ଝାରସୁଗୁଡ଼ା ଜିଲ୍ଲାରୁ ୧, ରାୟଗଡ଼ା ଜିଲ୍ଲାରୁ ୫, ଜଗତସିଂହପୁର ଜିଲ୍ଲାରୁ ୪, ବାଲେଶ୍ୱର ଜିଲ୍ଲାରୁ ୮, ଢେଙ୍କାନାଳ ଜିଲ୍ଲାରୁ ୧, ଅନୁଗୁଳ ଜିଲ୍ଲାରୁ ୬, ଗଞ୍ଜାମ ଜିଲ୍ଲାରୁ ୮, ସୁବର୍ଣ୍ଣପୁର ଜିଲ୍ଲାରୁ ୨, ସମ୍ୱଲପୁର ଜିଲ୍ଲାରୁ ୧, ସୁନ୍ଦରଗଡ଼ ଜିଲ୍ଲାରୁ ୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Spread the love