ଦିଘା ସମୁଦ୍ରରେ ଉଠିଲା ୧୫ ଫୁଟର ଜୁଆର

ଭୋଗରାଇ ୧୪।୭: ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ଦିଘା ସମୁଦ୍ର କୂଳରେ ଉଠିଲା ୧୫ ଫୁଟର ଜୁଆର । ଏହି ଜୁଆରରେ ପର୍ଯ୍ୟଟକମାନେ ମଜା ନେଉଥିବା ଦେଖିବାକୁ ମିଳିଛି । ବୁଧବାର ପୂର୍ଣ୍ଣିମା ଥିବାରୁ ମେରାଇନ୍ ଡ୍ରାଇଭ ରାସ୍ତା ଉପରକୁ ପାଣି ଉଠିଥିଲା । ଯାହାକୁ ଦେଖିବା ପାଇଁ ପଶ୍ଚିମବଙ୍ଗ ଓ ଓଡିଶାର ବହୁ ପର୍ଯ୍ୟଟକମାନେ ମଜା ନେଉଥିବାର ଦେଖିବାକୁ ମିଳିଛି । ମାତ୍ର ଦିଘା ଥାନା ପକ୍ଷରୁ ବ୍ୟାପକ ପଦକ୍ଷେପ ନେଇ ପର୍ଯ୍ୟଟକ ସୁରକ୍ଷା ବ୍ୟବସ୍ଥା ନେଇଛନ୍ତି । ତେବେ ବିଗତ ୧୫ବର୍ଷ ହେବ ଏଭଳି ଜୁଆର କେବେ ଦେଖିନଥିଲେ ବୋଲି ପର୍ଯ୍ୟଟକମାନେ କହିଛନ୍ତି ।

Spread the love