ଟ୍ରକ ପଛକୁ ଧକ୍କା ଦେଲା ଟୁରିଷ୍ଟ ବସ, ୧୫ରୁ ଅଧିକ ଆହତ

ଟ୍ରକ ପଛକୁ ଧକ୍କା ଦେଲା ଟୁରିଷ୍ଟ ବସ। ୧୫ ରୁ  ଅଧିକ ଆହତ । ସୋର ଡାକ୍ତରଖାନାରେ ଭର୍ତି। ନେପାଳ ବଙ୍କେ ଅଞ୍ଚଳରୁ ପୁରୀ ତୀର୍ଥ ଯାତ୍ରୀଙ୍କୁ ନେଇ ଯାଉଥିବା ଟୁରିଷ୍ଟ ଇଣ୍ଡିଆ ନାମକ ଏକ ଘରୋଇ ବସ ୧୬ ନଂ ଜାତୀୟ ରାଜପଥ ସୋର କଲେଜ ଛକ ପାଖରେ ଥିବା ମନୋରଞ୍ଜନ ଢ଼ାବା ନିକଟରେ ଛିଡା ହୋଇଥିବା ଏକ ଟ୍ରକ ପଛକୁ ଧକ୍କା ଦେଇଥିଲା ।  ଫଳରେ ବସରେ ଥିବା ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ସ୍ଥାନୀୟ ଲୋକ ଓ ସୋର ପୋଲିସ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାରେ ଭର୍ତି କରିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Spread the love