ଦ୍ୱାରଶୁଣି ଘାଟିରେ ବସ ଦୁର୍ଘଟଣା : ୧୫ରୁ ଉର୍ଦ୍ଧ୍ଵ ଆହତ

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଧୀନ ଦ୍ୱାରଶୁଣି ଘାଟିରେ ଟ୍ରକ୍‌ ବସ୍‌ ଦୁର୍ଘଟଣା ହୋଇଛି । ଟ୍ରକ ପଛରେ ବସ ଧକ୍କା ଦେବାରୁ ୧୫ରୁ ଉର୍ଦ୍ଧ୍ଵ ଆହତ ହୋଇଥିବା ଜଣାଯାଇଛି । ରାଇରଙ୍ଗପୁରରୁ ବାରିପଦା ଅଭିମୁଖେ ଜୟ ହନୁମାନ ନାମକ ଯାତ୍ରୀବାହୀ ବସ (OD11H6715 ) ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ NL01AE7302 ନମ୍ବର ବିଶିଷ୍ଠ କଣ୍ଟେନରକୁ ପଛରେ ସିଧାସଳଖ ଧକ୍କା ଦେଇଥିଲା ।

ଆହତ ହୋଇଥିବା ଯାତ୍ରୀମାନଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ଚିକିତ୍ସା ଚାଲିଛି । ଘଟଣାସ୍ଥଳରେ ବାଙ୍ଗିରିପୋଷି ପୋଲିସ,ଜାତୀୟ ରାଜପଥ ଆମ୍ବୁଲାନ୍ସ ଦ୍ୱାରା ଆହତମାନଙ୍କୁ ଉଦ୍ଧାର କରିଥିବା ଦେଖାଯାଇଛି ।

Spread the love