ବିହାରରେ ବର୍ଷା ପରେ ବଜ୍ରପାତରେ ୧୫ ମୃତ

ବିହାରରେ ପ୍ରବଳ ବର୍ଷା ପରେ ବଜ୍ରପାତ ହୋଇ ୧୫ ଜଣଙ୍କ ଜୀବନ ଚାଲିଯାଇଛି । ବିହାରର ୮ଟି ଜିଲ୍ଲାରେ ବଜ୍ରପାତ ହୋଇ ୧୫ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର।ବଜ୍ରପାତରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୪ ଲକ୍ଷ ସହାୟତା ରାଶି ପ୍ରଦାନ କରିବା ସହିତ ଶୋକ ପ୍ରକାଶ କରିଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଘରେ ରହିବାକୁ ଅପିଲ କରିଛନ୍ତି । ସେ ଟ୍ଵିଟ୍‌ କରି କହିଛନ୍ତି, ବର୍ଷା ଓ ବିପର୍ଯ୍ୟୟ ସମୟରେ ବିଭାଗ ଦ୍ୱାରା ଜାରି କରାଯାଉଥିବା ସତର୍କ ସୂଚନାକୁ ମାନିବାକୁ କହିଛନ୍ତି। ଖରାପ ପାଣିପାଗ ସମୟରେ ଘରେ ରହି ସୁରକ୍ଷିତ ରହିବାକୁ ଅପିଲ କରିଛନ୍ତି ।ବିହାରର ରୋହତାସରେ ୫ ଜଣ, ଖଗାଡିୟାରେ ଜଣେ, କଟିହାରରେ ୨, ଗୟାରେ ୨, ଜହାନାବାଦରେ ୨, କେମୁର ୧, ବକ୍ସର ଏବଂ ଭାଗଲପୁରରେ ୧ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ୪ ଏବଂ ୫ ଜୁଲାଇରେ ବଜ୍ରପାତରେ ୧୫ ଜଣ ଲୋକ ମୃତ୍ୟୁବରଣ କରିଥିବା ଜଣାପଡିଛି ।

Spread the love