ଗଭୀର କୂଅରେ ଗଳି ପଡ଼ିଲେ ୧୫ ଲୋକ

ମଧ୍ୟପ୍ରଦେଶର ବିଦିଶାରେ ଅଭାବନୀୟ ଘଟଣା ଘଟିଛି। ସେଠାରେ ଏକ କୂଅରେ ୧୫ ଜଣ ଲୋକ ଖସିପଡ଼ିଥିବା ସୂଚନା ମିଳିଛି। ଘଟଣାରେ ଖୋଦ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ତତ୍ପରତା ପ୍ରକାଶ କରିବା ସହ ପ୍ରଶାସନିକ ଅଧିକାରୀଙ୍କ ସହିତ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ଯିବାକୁ ନିର୍ଦେଶ ଦେଇଛନ୍ତି ।

ଉଦ୍ଧାର କାର୍ଯ୍ୟ ଜାରି ରହିଛି। କେମିତି ଲୋକମାନେ କୂଅରେ ପଡ଼ିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ମୁଖ୍ୟମନ୍ତ୍ରୀ ଘଟଣାକୁ ନେଇ ଗୋଟିଏ ପରେ ଗୋଟିଏ ଅନେକ ଟ୍ବିଟ୍‌ କରିଛନ୍ତି।

ତାଙ୍କ ଅନୁସାରେ , ବିଦିଶା ଜିଲ୍ଲାରେ ଗଂଜବାସୌଦା ଥାନା ଅଞ୍ଚଳରେ କିଛି ଲୋକ କୂଅରେ ପଡ଼ିଯାଇଥିବା ନେଇ ପ୍ରାଥମିକ ସୂଚନା ମିଳିଛି। ଘଟଣାସ୍ଥଳରେ ଏମଡିଏମ ପହଞ୍ଚିଥିବା ବେଳେ ଜିଲ୍ଲାପାଳ ଏବଂ ଏସପି ପହଞ୍ଚୁଛନ୍ତି। ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହା ସହ ସେ ମନ୍ତ୍ରୀ ବିଶ୍ବାସ ସାରଙ୍ଗଙ୍କୁ ସେଠାକୁ ପଠାଇଛନ୍ତି ବୋଲି ଲେଖିଛନ୍ତି।   

Spread the love