କରୋନାରେ ସମ୍ବାଦିକଙ୍କ ମୃତ୍ୟୁ ହେଲେ ୧୫ ଲକ୍ଷର ସହାୟତା: ଶୁଣନ୍ତୁ କଣ କହୁଛନ୍ତି ଗଣମାଧ୍ୟମ ଉପଦେଷ୍ଟା

ଭୁବନେଶ୍ୱର, ୨୭/୦୪:  ଓଡିଶାର ସାମ୍ବାଦିକମାନଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି। କରୋନାରେ କାର୍ଯ୍ୟରତ ସମ୍ବାଦିଙ୍କ ମୃତ୍ୟୁ ହେଲେ ସରକାର ୧୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିିବେ।

ଏନେଇ ସୂଚନା ଦେଇ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ କହିଛନ୍ତି,”କରୋନା ଯୋଗୁଁ ସାରା ବିଶ୍ୱରେ ଏକ ବିରାଟ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଛି। ଏହି ସମୟରେ କରୋନା ଭାଇରସ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଏଭଳି କଠିନ ପରିସ୍ଥିତିରେ ମଧ୍ୟ ସାମ୍ବାଦିକ, ପୁଲିସ ଏବଂ ଡାକ୍ତରମାନେ ନିଷ୍ଠାର ସହିତ ସେମାନଙ୍କ ଦାୟିତ୍ୱ ନିର୍ବାହ କରିଚାଲିଛନ୍ତି। ତେଣୁ କାର୍ଯ୍ୟରତ ସାମ୍ବାଦିକମାନେ ଯଦି କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରନ୍ତି, ତେବେ ସେମାନଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ”।

ସମ୍ବାଦିକଙ୍କ କଲ୍ୟାଣ ପାଇଁ  ଏପରି ଐତିହାସିକ ପଦକ୍ଷେପ ଗ୍ରହଣ କରିଥିବାରୁ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜଙ୍କୁ ଓଡିଶା ୱେବ ସାମ୍ବାଦିକ ସଂଘ ପକ୍ଷରୁ ସାଧୁବାଦ ଜଣାଯାଇଛି।

Spread the love