କୋଭିଡ୍‌ ମ୍ୟାପରେ ଯୋଡ଼ି ହେଲା ବୌଦ୍ଧ, ଆଉ ୧୫ ଚିହ୍ନଟ

ଧୀରେଧୀରେ ରାଜ୍ୟରେ ଭୟଙ୍କର ରୂପ ଧାରଣ କରୁଛି କରୋନା । ଆଉ ୧୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ବୌଦ୍ଧରେ ୩ଜଣ, ଗଞ୍ଜାମରେ ୭, ଅନୁଗୁଳରେ ୨ ଓ ପୁରୀରେ ମଧ୍ୟ ୨ ଜଣ, ଯାଜପୁରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଗୋଟିଏ ଦିନରେ ସର୍ବାଧିକ ୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗଞ୍ଜାମ ଜିଲ୍ଲାରେ ଜଣଙ୍କ ମୃତ୍ୟୁ ଘଟିଛି । କେବଳ ଗଞ୍ଜାମ ଜିଲ୍ଲାରୁ ୩୬ଟି ନୂଆ ପଜିଟିଭ୍ କେଶ୍ ସାମ୍ନାକୁ ଆସିଛି  ।ସେମାନେ ସମସ୍ତେ ସୁରତ ଫେରନ୍ତା।  ସେପଟେ ରାଜ୍ୟର କୋଭିଡ୍ ମ୍ୟାପ୍‌ରେ ଯୋଡ଼ି ହୋଇଛି ଅନୁଗୁଳ ଓ ବୌଦ୍ଧ ଜିଲ୍ଲା। ଏହାସହ ୨୧ଟି ଜିଲ୍ଲାକୁ କରୋନା ଛୁଇଁଛି। ଏହି ନୂଆ ଆକ୍ରାନ୍ତ ପରେ ଅନୁଗୁଳରେ ସଂକ୍ରମିତଙ୍କ ସଂଖ୍ୟା ୧୫, ଯାଜପୁରରେ ୬୦, ପୁରୀରେ ୩, ଗଞ୍ଜାମରେ ୧୨୫କୁ ବୃଦ୍ଧି ପାଇଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭୭ରେ ପହଞ୍ଚିଛି।ରାଜ୍ୟରେ ଏବେବି ୩୦୬ ଆକ୍ଟିଭ କେଶ ରହିଛି। ଏମାନେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ୬୮ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ୩ଜଣଙ୍କ ମୃତ୍ୟୁ ହୋଇଛି।

Spread the love