ଆଜିର ୧୮ ଜଣଙ୍କ ମଧ୍ୟରୁ ୧୬ ଜଣ ବିମୀଖାଲ ଅଞ୍ଚଳର

ଆଜି ଗୋଟିଏ ଦିନରେ ରାଜଧାନୀରୁ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୧୮ଜଣଙ୍କ ମଧ୍ୟରୁ ୧୬ଜଣ ବମୀଖାଲ ଅଞ୍ଚଳର । ଆଜି ସକାଳେ ୨ଜଣ ପଜେଟିବ ଙ୍କ ମଧ୍ୟରୁ ଜଣେ ବମୀଖାଲ ଅଞ୍ଚଳ ହୋଇଥିବା ବେଳେ, ବର୍ତ୍ତମାନ ୧୬ ଜଣ ପଜେଟିବଙ୍କ ମଧ୍ୟରୁ ୧୫ଜଣ ବମୀଖାଲ ଅଞ୍ଚଳ ।

ସୂଚନା ଅନୁଯାୟୀ, ଆଜିର ୧୬ଜଣଙ୍କୁ ମିଶାଇ ବମୀଖାଲ ଅଞ୍ଚଳରୁ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି । କାରଣ ଦୁଇ ଦିନ ପୂର୍ବରୁ ଏହି ଅଞ୍ଚଳର ତିନିଜଣ ଭାଇ କରୋନା ପଜେଟିବ ଚିହ୍ନଟ ହୋଇଥିଲେ । ସ୍ଥାନୀୟ ବାସିନ୍ଦାଙ୍କୁ ଭୟ ନକରି ଧର୍ଯ୍ୟ ରଖିବାକୁ ରାଜ୍ୟ ସରକାର ନିବେଦନ କରିଛନ୍ତି ।

Spread the love