୧୭୯ ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬କୁ ବୃଦ୍ଧି

ଭୁବନେଶ୍ୱର, ୨୦/୦୬: ରାଜ୍ୟରେ ଆଜି  ଆଉ ୧୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ୧୭୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଥିବାବେଳେ  ୨୯ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୧୫ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏଥିରେ ଅଗ୍ନିଶମ ଓ ଓଡ୍ରାଫ୍ ବିଭାଗର ୧୮ଜଣ ଯବାନ ଆକ୍ରାନ୍ତ ଥିବା ଜଣାଯାଇଛି।  ୧୭୯ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୫୭ ଜଣ, ଖୋର୍ଦ୍ଧା ଜିଲାରୁ ୨୭ ଜଣ, କେନ୍ଦୁଝର ଜିଲାରୁ ୧୮ ଜଣ, କଟକଜିଲାରୁ ୧୫ ଜଣ, ମୟୂରଭଞ୍ଜ ଜିଲାରୁ ୧୦ଜଣ, ଅନୁଗୋଳ ଜିଲାରୁ ୬ ଜଣ, ଭଦ୍ରକ ଜିଲାରୁ ୫ ଜଣ, ରାୟଗଡ଼ା ଜିଲାରୁ ୫ ଜଣ, କେନ୍ଦ୍ରାପଡ଼ା ଜିଲାରୁ ୫ ଜଣ, ଜଗତସିଂହପୁର ଜିଲାରୁ ୪ ଜଣ, ଯାଜପୁର ଜିଲାରୁ ୩ ଜଣ, ବରଗଡ ଜିଲାରୁ ୨ ଜଣ, ମାଲକାନଗିରି ଜିଲାରୁ  ୨ ଜଣ, ନବରଙ୍ଗପୁର ଜିଲାରୁ ଜଣେ ଏବଂ ଦେବଗଡ ଜିଲାରୁ ଜଣେ ରହିଛନ୍ତି ।

Spread the love