୧୭ ପରେ ଏହି ରାଜ୍ୟରେ ଖୋଲିବ ଜିମ, ଫିଟନେସ ସେଣ୍ଟର

କରୋନା ସଂକ୍ରମଣ ଆଶଙ୍କାରେ ଦୀର୍ଘ ୨ ମାସ ହେଲା ବନ୍ଦ ଥିବା ସମସ୍ତ ଜିମ, ଫିଟନେସ କେନ୍ଦ୍ର ଓ ଗଲ୍ଫ କୋର୍ସକୁ କର୍ଣ୍ଣାଟକା ସରକାର ମେ’ ୧୭ ପରେ ଖୋଲିବାକୁ ଅନୁମତି ଦେବେ। ଏନେଇ ଆଜି କର୍ଣ୍ଣାଟକାର ପର୍ଯ୍ୟଟନ ମନ୍ତ୍ରୀ ସିଟି ରବି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଆଜି ମୁଁ ମୁଖ୍ୟମନ୍ତ୍ରୀ ୟେଦ୍ଦ୍ୟୁରପ୍ପାଙ୍କ ସହ ବୈଠକ କରିଥିଲି। ଏହି ସମୟରେ ଫିଟନେସ କେନ୍ଦ୍ର, ଜିମ, ଗଲ୍ଫ କୋର୍ସ ଓ ହୋଟେଲ ଗୁଡ଼ିକୁ ଖୋଲିବାକୁ ଅନୁମତି ମାଗିଛି। ଆଞ୍ଚଳିକ ସ୍ତରରେ ଏଗୁଡ଼ିକର ସେବା ଆରମ୍ଭ କରିବା ନିହାତି ଜରୁରୀ।ଏହାଦ୍ୱାରା ଧୀରେଧୀରେ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରିବ ବୋଲି ମୁଁ ତାଙ୍କୁ ଅବଗତ କରାଇଛି। ମୋର ଆଶା ମେ’ ୧୭ ପରେ ଏଗୁଡ଼ିକୁ ଖୋଲିବାକୁ ଅନୁମତି ମିଳିବ।ତେବେ ସବୁ ସ୍ଥାନରେ ସାମାଜିକ ଦୂରତାର ନିୟମକୁ କଡ଼ାକଡ଼ିଭ ଭାବେ ପାଳନ କରାଯିବ। ମୁଖ୍ୟମନ୍ତ୍ରୀ ବି ୧୭ ତାରିଖ ପରେ ଏଗୁଡ଼ିକୁ ଖୋଲିବାକୁ ଅନୁମତି ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।”
Spread the love