କାଳିଆ ସହାୟତା ପାଇଁ ୧୮୭୯ କୋଟି ଟଙ୍କା ଓ କୃଷି ପାଇଁ ୨୪ ହଜାର ୮୨୯ କୋଟି ବ୍ୟୟବରାଦ

ଚଳିତ ଆର୍ଥିକ ବର୍ଷ ପାଇଁ ୨୪ ହଜାର ୮୨୯ କୋଟି ଟଙ୍କାର କୃଷି ବଜେଟ୍‌ ଉପସ୍ଥାପନ କରାଯାଇଛି । ୨୦୨୩-୨୪ର ଏହି ବଜେଟ ଗତ ବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ ହୋଇଥିବା ବେଳେ ୨୦୧୬-୧୭ ଆର୍ଥିକ ବର୍ଷ ତୁଳନାରେ ଏହା ୩ ଗୁଣ ଅଧିକ ରହିଛି । ରାଜ୍ୟରେ ଥିବା ଗରିବ ଶ୍ରେଣୀର ଲୋକେ ଯେପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଚଳିତ ଆର୍ଥିକ ବର୍ଷରେ ଧାନ ସଂଗ୍ରହ କାର୍ଯ୍ୟମ ପାଇଁ ୨ ହଜାର କୋଟି ଟଙ୍କାର ରିଭଲିଂ ଫଣ୍ଡର ବ୍ୟବସ୍ଥା କରାଯାଇଛି । ସେହିଭଳି ୨୦୧୮-୧୯ରୁ ଆରମ୍ଭ ହୋଇଥିବା କାଳିଆ ଯୋଜନା ପାଇଁ ରାଜ୍ୟ ସରକାର ୧ ହଜାର ୮୭୯ କୋଟି ଟଙ୍କାର ବ୍ୟବରାଦ କରାଯାଇଛି ।

ଏହି ଯୋଜନାରେ ୪୧ ଲକ୍ଷ ୮ ହଜାର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଏବଂ ୧୮ ଲକ୍ଷ ୬୯ ହଜାର ଭୂମିହୀନ ଚାଷୀ ପରିବାରକୁ ସହାୟତା ମିଳିସାରିଛି । ଓୟୁଏଟିରେ କୃଷି ଗବେଷଣା, ଶିକ୍ଷା ଓ ଭିତ୍ତିଭୂମି କ୍ଷେତ୍ରରେ ବିକାଶ ପାଇଁ ୧୬୬ କୋଟିର ବ୍ୟୟବରାଦ କରାଯାଇଛି । ଯାହା ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ୫ ଗୁଣ ଅଧିକ ।

Spread the love