ଗୌରୀକୁଣ୍ଡ ଭୂସ୍ଖଳନରେ ୧୯ ଯାତ୍ରୀ ନିଖୋଜ, ସର୍ଚ୍ଚ ଅପରେସନ ଜାରି

ଉତ୍ତରାଖଣ୍ଡ ଗୌରୀକୁଣ୍ଡ ଠାରେ ହୋଇଥିବା ଭୂସ୍ଖଳନ ଫଳରେ ୧୯ ଜଣ କେଦାରନାଥ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି । ଏହି କାରଣରୁ ଏବେ କେଦାରନାଥ ଯାତ୍ରା ସ୍ଥଗିତ ରଖାଯାଇଛି । ଗୁରୁବାର ରାତି ୧୨ଟା ବେଳେ କେଦାରନାଥ ମୁଖ୍ୟ ପଡାବ ଗୋ÷ରୀକୁଣ୍ଡ ପୋଲ ନିକଟରେ ଭୂସ୍ଖଳନ ହୋଇଥିଲା । ଏଥିରେ ୩ରୁ ୪ଟି ବଡ ବଡ ଦୋକାନ ଭାଙ୍ଗିଯାଇଥିଲା । ସେପଟେ ପାହାଡରୁ ଖସିଥିବା ମାଟି ଅତଡା କାରଣରୁ ୧୯ଜଣ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି ।ଜିଲ୍ଲା ଅଧିକାରୀ ଓ ପୋଲିସ ଘଟଣା ସ୍ଥଳରେ ପହଂଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି । ବିପଦ ପ୍ରଶମନ ବିଭାଗ ତରଫରୁ ଯେଉଁ ସଦ୍ୟ ସୂଚନା ମିଳିଛି ସେଥିରେ ନିଖୋଜଙ୍କ ସଂଖ୍ୟା ୧୩ ନୁହେଁ ବରଂ ୧୯ ବୋଲି କୁହାଯାଇଛି । ପାହାଡରୁ ଖସୁଥିବା ମାଟି ଅତଡା ସିଧାସଳଖ ନଦୀକୁ ପ୍ରବାହିତ ହେଉଥିବାରୁ ନିଖୋଜ ଲୋକମାନେ ମାଟିତଳେ ଫଶି ରହିଥିବା ଆଶଂକା କମ୍ ଓ ନଦୀକୁ ଭାସିଯାଇଥିବା ନେଇ ଅଧିକ ଆଶଂକା କରାଯାଉଛି ।ସେପଟେ ପ୍ରଶାସନ ତରଫରୁ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ କି , କେତେ ଲୋକଙ୍କୁ ଉଦ୍ଧାର କରାଯାଇଛି । ଯେଉଁ ସ୍ଥାନରେ ଏହି ଭୂସ୍ଖଳନ ହୋଇଛି ତାହା କେଦାରନାଥ ଯାତ୍ରା ପାଇଁ ପ୍ରମୁଖ ରାସ୍ତା ବୋଲି କୁହାଯାଉଛି ।

Spread the love