ଦିନ ଦ୍ୱିପ୍ରହରରେ ଧାରୁଆ ଅସ୍ତ୍ରରେ ଯୁବତୀଙ୍କୁ ଗୋଡାଇ ଗୋଡାଇ ହାଣିଲେ ଯୁବକ, ଭିଡିଓ ଭାଇରଲ

ମହାରାଷ୍ଟ୍ରରେ ପୁଣିଥରେ ଜଣେ ଯୁବତୀଙ୍କୁ ବିଚ୍‌ ରାସ୍ତାରେ ଆକ୍ରମଣ କରିଛନ୍ତି ଜଣେ ଯୁବକ । ହାତରେ ଧାରୁଆ ଅସ୍ତ୍ର ଧରି ଯୁବତୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଯୁବକ। ଯୁବତୀ ଜଣକ ତଳେ ପଡିଯାଇଥିବା ବେଳେ ଯୁବକ ଜଣକ ତାଙ୍କୁ ଆକ୍ରମଣ କରିଚାଲିଛନ୍ତି । ପୁନେର ସଦାଶିବ ପୀଠ ଅଞ୍ଚଳ ପେରୁଗେଟ୍‌ ଅଞ୍ଚଳରେ ଏପରି ଘଟଣା ଘଟିଛି। ତେବେ ସ୍ଥାନୀୟ ଲୋକଙ୍କ ସାହସ ଯୋଗୁ ମହିଳା ଜଣଙ୍କ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ଘଟଣାର ଭିଡିଓ ଭାଇରଲ ହେବାରେ ଲାଗିଛି ।ପୁନେର ସଦାଶିବ ପୀଠ ଅଞ୍ଚଳ ପେରୁଗେଟ୍‌ ଅଞ୍ଚଳରେ ୨୦ ବର୍ଷୀୟ ଛାତ୍ରୀଙ୍କୁ ଦିନ ଦ୍ୱିପ୍ରହରରେ ଆକ୍ରମଣ କରିଛି ଜଣେ ଯୁବକ । ଶାନ୍ତନୁ ଲକ୍ଷ୍ମଣ ଯାଦବ ନାମକ ଯୁବକ ଏକତରଫା ପ୍ରେମ କରି ଯୁବତୀଙ୍କ ସହିତ କଥା ହେବାକୁ ଚେଷ୍ଟା କରିଥିଲେ । ଯୁବତୀ ଜଣକ ମନା କରିବାରୁ ତାଙ୍କୁ ଏକ ଧାରୁଆ ଅସ୍ତ୍ର ଧରି ଆକ୍ରମଣ କରିବାକୁ ଲାଗିଥିଲେ । ଯୁବତୀ ଜଣକ ଦୌଡି ଯିବା ବେଳେ ତଳେ ପଡିଯାଇଥିବା ପରେ ମଧ୍ୟ ଯୁବତୀଙ୍କୁ ଛାଡିନଥିଲେ । ଆକ୍ରମଣରେ ଯୁବତୀ ଜଣକ ଆହତ ହେବା ପରେ ସ୍ଥାନୀୟ ଲୋକେ ଯୁବତୀଙ୍କୁ ବଞ୍ଚାଇଥିଲେ ।

ଯୁବକ ଜଣକ ପ୍ରଥମେ ସ୍କୁଟିରେ ଆସୁଥିବା ଯୁବତୀଙ୍କୁ ଅଟକାଇଥିଲେ । ଏହାପରେ କିଛି କଥା ହେବାକୁ ଚେଷ୍ଟା କରିଥିଲେ । ଯୁବତୀ ଜଣକ କଥା ନହେବାରୁ ସେ ନିଜ ପାଖରେ ଥିବା ଧାରୁଆ ଅସ୍ତ୍ର ଧରି ଆକ୍ରମଣ କରିଥିଲେ । ଆକ୍ରମଣରୁ ବର୍ତ୍ତିବା ପାଇଁ ଯୁବତୀ ଜଣକ ସ୍କୁଟି ଛାଡି ରାସ୍ତାରେ ଦୌଡିଥିଲେ । ଆଉ ଯୁବକ ଜଣକ ତାଙ୍କୁ ପିଛା କରି ହାଣିବାକୁ ଉଦ୍ୟମ କରୁଥିଲେ । ତା’ ପରେ ଯୁବତୀ ଜଣକ ତଳେ ପଡିଯାଇଥିଲେ । ଆଉ ଶାନ୍ତନୁ ତାଙ୍କୁ ଆକ୍ରମଣ କରିଚାଲିଥିଲେ ।

ହେଲେ କିଛି ସମୟ ପରେ ସ୍ଥାନୀୟ ଲୋକେ ସାହାସ ଦେଖାଇ ଯୁବକଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ତୁରନ୍ତ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣ କରିଥିବା ଯୁବକକୁ ଗିରଫ କରିଛି । ତା’ ବିରୋଧରେ ଧାରା ୩୦୭ରେ ମାମଲା ରୁଜୁ କରାଯାଇଛି ।

Spread the love