ଓଡ଼ିଶାରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୧୯୩୧ ନୂଆ ଆକ୍ରାନ୍ତ
ଭୁବନେଶ୍ୱର, 21/10 : ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୧୯୩୧ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡ଼ିକ ମଧ୍ୟରୁ ୮୧୧ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୧୧୨୦ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି ।ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଚିହ୍ନଟ ହୋଇଥିବା ୧୯୩୧ଟି ମାମଲା ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୭୩ ଟି ଓ କଟକ ଜିଲ୍ଲାରୁ ୧୫୩ ଟି ମାମଲା ରହିଛି । ସେହିପରି ପୁରୀରୁ ୭୨ଟି, ଜଗତସିଂହପୁରରୁ ୭୮, ବରଗଡ଼ରୁ ୬୬, ବାଲେଶ୍ୱରରୁ ୭୩, ଅନୁଗୁଳରୁ ୧୨୦ଟି, ମୟୁରଭଞ୍ଜରୁ ୯୯, ଝାରସୁଗୁଡ଼ାରୁ ୫୬, ନୂଆପଡ଼ାରୁ ୪୩, ସମ୍ବଲପୁରରୁ ୩୭, ବଲାଙ୍ଗୀରରୁ ୬୪ଟି ମାମଲା ଚିହ୍ନଟ ହୋଇଛି । ଅନ୍ୟପକ୍ଷରେ କେନ୍ଦୁଝରରୁ ୬୫ ଟି, ନବରଂଗପୁରରୁ ୬୨ଟି, କୋରାପୁଟରୁ ୨୯ଟି, ରାୟଗଡ଼ାରୁ ୨୫ଟି, ସୋନପୁରରୁ ୩୦ଟି, ଭଦ୍ରକରୁ ୬୬ଟି, ନୟାଗଡ଼ରୁ ୨୩ଟି, ସୁନ୍ଦରଗଡ଼ରୁ ୧୦୪ଟି, ଢେଙ୍କାନାଳରୁ ୩୫ଟି ଏବଂ ରାଜ୍ୟ ପୁଲରୁ ୫୧ଟି ମାମଲା ଚିହ୍ନଟ ହୋଇଛି ।୧୯୩୧ଟି ନୂଆ ମାମଲା ସହ ଓଡ଼ିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା ୨ ଲକ୍ଷ ୭୪ ହଜାର ୧୮୧ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୨୦୭୫୦ ଥିବାବେଳେ ୨୫୨୧୯୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୬୨୨ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୪୧୫୯୩୯୪ ଟି କରୋନା ପରୀକ୍ଷା କରାଯାଇଛି ।