1971 ଯୁଦ୍ଧରେ ଆଉ ଏକ ଦେଶର ଜନ୍ମ ହୋଇଥିଲା

ଡିସେମ୍ବର 16 ଭାରତ ଇତିହାସ ପାଇଁ ଏକ ଐତିହାସିକ ଦିନ । 1971 ମସିହା 16 ଡିସେମ୍ବର ଦିନ ପାକିସ୍ତାନ ଭାରତ ନିକଟରେ 93000 ସୈନକଙ୍କ ସହ  ଆତ୍ମସପର୍ମଣ କରିଥିଲା । 1971 ଯୁଦ୍ଧରେ କେବଳ ଭାରତ ଯୁଦ୍ଧ ଜିତିନଥିଲା  ବରଂ ଆଉ ଏକ ଦେଶର ଜନ୍ମ ହୋଇଥିଲା । ସେ ଦେଶ ହେଉଛି ବାଂଲାଦେଶ । ପାକିସ୍ତାନର  ପୂର୍ବାଞ୍ଚଳ ସ୍ୱାଧିନତା ଲାଭକରି ବାଂଲାଦେଶ ନାମରେ ନାମିତ ହୋଇଥିଲା । ଯାହାକି ସେମାନେ ଚାହୁଁଥିଲେ । ଭାରତ- ପାକିସ୍ତାନ ଯୁଦ୍ଧର ପରିସମାପ୍ତି ହେବାପରେ ଭାରତବାସୀଙ୍କ ମନୋବଳ ବଢିବା ସହିତ ସମସ୍ତେ ଖୁସି ମନାଇଥିଲେ । ଏହି ଦିନକୁ ଭାରତ ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିଛି । ତେଣୁ ଏହି ଦିନ ଅର୍ଥାତ୍ 16 ଡିସେମ୍ବରକୁ ଭାରତ ବିଜୟ ଦିବସ ଭାବେ ପାଳନ କରୁଛି । ଯୁଦ୍ଧ ହେବାଫଳରେ ଭାରତର ମଧ୍ୟ ବ୍ୟାପକ କ୍ଷତି ହୋଇଥିଲା । ଏଥିରେ 3,900 ଭାରତୀୟ ସୈନିକ ସହିଦ ହୋଇଥିବାବେଳେ 9,851 ସୈନିକ ଆହତ ହୋଇଥିଲେ । 17 ଡିସେମ୍ବର ଦିନ ପାକିସ୍ତାନ ହାର ମିନିବା ସହିତ ପାକିସ୍ତାନର 93000 ସୈନ୍ୟ ଭାରତ ନିକଟରେ ଆତ୍ମସମର୍ପଣ କରିଥିଲେ । ପୂର୍ବ ପାକିସ୍ତାନର କାମାଣ୍ଡର ଲେପ୍ଟାନାଣ୍ଟ ଜେନେରାଲ ଏଏକେ ନିୟାଜୀ ଭାରତର ପୂର୍ବ କମାଣ୍ଡର ଜେନେରାଲ ଜଗଜିତ ସିଂହ ଆରୋଡାଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ଏହିଦିନ ପାକିସ୍ତାନ ଭାରତ ପାକିସ୍ତାନର 93000 ସୈନିକଙ୍କୁ ବନ୍ଦୀ ବନାଇନେଇଥିଲା ।

ଯୁଦ୍ଧର ଆରମ୍ଭ- ଯୁଦ୍ଧର ଆରମ୍ଭ 1971 ମସିହା ପ୍ରଥମ ମାସରୁ ଆରମ୍ଭ ହୋଇଯାଇଥିଲା । ପାକିସ୍ତାନ ସୈନିକ ତାନାଶାହା ୟାହିୟା ଖାଁ 25 ମାର୍ଚ୍ଚ 1971ରେ ପାକିସ୍ତାନର ଜନସାଧାରଣଙ୍କୁ ସୈନ୍ୟ ବଳ ଦ୍ୱାରା ପ୍ରତିହତ କରିବାକୁ ଆଦେଶ ଦେଇଥିଲେ । ଏହାପରେ ସେଖ ମୋଜିବ ଙ୍କୁ ଗିରଫ କରାଯାଇଥିଲା । ଏହାପରେ ବହୁ ଶରଣାର୍ଥୀ ଭାରତ ଆସିବାକୁ ଲାଗିଲେ । ଯେତେବେଳେ ଭାରତରେ ପାକିସ୍ତାନ ସୈନିକଙ୍କୁ ଦୁର୍ବ୍ୟବହାର ହେବାର ଖବର ମିଳିଲା ତେବେ ଭାରତ ଉପରେ ଚାପ ପଡିବା ଆରମ୍ଭ ହେଲା।  ତେବେ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଚାହୁଁଥିଲେ ଏପ୍ରିଲ ମାସରେ ଯୁଦ୍ଧ ହେଉ । ଏ ବିଷୟରେ ସେ ସ୍ଥଳସେନା ଅଧ୍ୟକ୍ଷ ଜେନେରାଲ ମାନକୋଶଙ୍କ ପରାମର୍ଶ  ନେଲେ । ସେତେବଳେ ଭାରତ ନିକଟରେ କେବଳ ପର୍ବତୀୟ ଡିଭିଜ ନ ଥିଲା। ଏହି ଡିଭିଜନ ନିକଟରେ କ୍ୟାମ୍ପ ବନାଇବା ପାଇଁ ଭାରତ ସମ୍ଭବ ହେଉନଥିଲା।  ସେତେବେଳେ ପାଗ ମଧ୍ୟ ଅନୁକୁଳ ନଥିଲା । ଏମିତି ପରିସ୍ଥିତିରେ ମଧ୍ୟ ତତ୍କାଳୀନ ସେନାଧ୍ୟକ୍ଷ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କୁ କହିଥିଲେ ।

3 ଡେସେମ୍ବରକୁ 1971କୁ ଇନ୍ଧିରାଗାନ୍ଧୀ କୋକକାତାରେ ଏତ ଜନସଭାକୁ ସମ୍ବୋଧିତ କରୁଥିଲେ । ଏହିଦିନ ସନ୍ଧ୍ୟାରେ ପାକିସ୍ତାନୀ ବାୟୁସେନା ବିମାନ ଭାରତର ପଠାନକୋଟ, ଶ୍ରୀନଗର, ଅମୃତସର, ଯୋଧପୁର ଆଗ୍ରା ବାୟୁସେନା କ୍ୟାମ୍ପରେ ବମ ପକାଇବା ଆରମ୍ଭ କରିଦେଇଥିଲେ । ସେହିସମୟରେ ଇନ୍ଦିରାଗାନ୍ଧୀ ଦିଲ୍ଲୀ ଫେରି ମନ୍ତ୍ରୀମଣ୍ଡଳସ୍ତରୀୟ ବୈଠକ ବସାଇଥିଲେ ।

 

16 ଡିସେମ୍ବର ସକାଳେ ଜେନେରାଲ ଜେକୋବ ମାନକୋଶଙ୍କ ସନ୍ଦେଶ ମିଳିଲା ଯେ  ତୁରନ୍ତ ଢାକା ପହଞ୍ଚନ୍ତୁ ।  ଜେକୋବ କଠିନ ପରିସ୍ଥିରେ ପଡିଥିଲେ । ନିୟାଜୀଙ୍କ ପାଖରେ ସେତେବେଳେ 26,400 ସୈନିକ ଥିଲେ । ଭାରତ ପାଖରେ ସେତବେଳେ 3,000 ସୈନିକ ଓ ଢାକାଠାରୁ 30 କିମି ଦୂରରେ ଥିଲେ । ଭାରତୀୟ ସେନା ଯୁଦ୍ଧପାଇଁ ଆଗେଇ ଚାଲିଥିଲେ । ଶ୍ରୀ ଲେପ୍ଟନାଣ୍ଟ ଜେନେରାଲ ଶ୍ରୀ ଆରୋଡା ବାୟୁସେନା ମାଧ୍ୟମରେ ଢାକା ଲ୍ୟାଣ୍ଡ କରିବା ପାଇଁ ପୁରା ପ୍ରସ୍ତୁତ ଥିଲେ । ଏତିକିବେଳେ ପାକିସ୍ତାନୀ ସେନା ପୁରା ଡରିଯାଇଥିଲେ । ପାକିସ୍ତାନ ଜେନେରାଲ ନିୟାଜୀ ଭୟରେ ଲୁଚିବାକୁ ଲାଗିଲେ । ଆତ୍ମସମର୍ପଣ ବ୍ୟତୀତ ତାଙ୍କ ନିକଟରେ କୌଣସି ବାଟ ନଥିଲା । ସେହିଦିନ 4.30ରେ ଜେନେରାଲ ଅରୋଡା ହେଲିକାପ୍ଟର ମାଧ୍ୟମରେ ଢାକା ପହଞ୍ଚିଥିଲେ । ସେତେବଳେ ପାକିସ୍ତାନ ଜେନେରାଲ ନିୟାଜୀ ଆତ୍ମସମର୍ପଣ ପାଇଁ ଦସ୍ତଖତ କରିଥିଲେ । ନିୟାଜୀ ନିଜ ବନ୍ଧୁକ ଓ ବର୍ଦ୍ଦି ଜେନେରାଲ ଅରୋଡାଙ୍କ ନିକଟରେ ରଖି କାନ୍ଦିବାକୁ ଲାଗିଥିଲେ ।

Spread the love