ୟୁକ୍ରେନର ଦାବି-ଋଷ ଆକ୍ରମଣରେ ୩ ଶିଶୁଙ୍କ ସହ ୧୯୮ ନାଗରିକଙ୍କ ଯାଇଛି ଜୀବନ

ନୂଆଦିଲ୍ଳୀ ୨୬।୦୨:  ୟୁକ୍ରେନ ଏବଂ ଋଷ ଯୁଦ୍ଧ ଭୟଙ୍କରରୁ ଅତି ଭୟଙ୍କର ହେବାରେ ଲାଗିଛି। ଋଷ ଏହାକୁ ମିଲିଟାରୀ ଅପରେସନ କହୁଛି । କିନ୍ତୁ ଯୁଦ୍ଧରେ ପ୍ରାଣ ହରାଉଛନ୍ତ ନିରୀହ ଲୋକେ। ମୃତକଙ୍କ ମଧ୍ୟରେ ଅନେକ ଶିଶୁ ମଧ୍ୟ ରହିଛନ୍ତି। ଋଷ ଆକ୍ରଣମରେ ବର୍ତ୍ତମାନ ସୁଦ୍ଧା ସେଠାରେ ୧୯୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନ ଦାବି କରିଛି।

ୟୁକ୍ରେନ ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ଆକ୍ରମଣକାରୀ ହାତରେ ଆମର ୧୯୮ ଲୋକଙ୍କ ଜୀବନ ଯାଇଛି, ଏଥିରେ ତିନି ଜଣ ଶିଶୁ ଅଛନ୍ତି । ୩୩ ଜଣ ଶିଶୁଙ୍କୁ ସହ ମୋଟ ୧,୧୧୫ ଜନ ସାଧାରଣ ନାଗରିକ ଆହତ ହୋଇଛନ୍ତି।

ଯୁଦ୍ଧ ପାଇଁ ଗତ କିଛି ଦିନ ମଧ୍ୟରେ ଏକ ଲକ୍ଷରୁ ଅଧିକ ୟୁକ୍ରେନବାସୀ ସୀମା ଡେଇଁ ପୋଲାଣ୍ଡରେ ପଶିଥିବା ସେଠାକାର ସରକାର କହିଛନ୍ତି। ଏପଟେ ଋଷ ସୈନ୍ୟ କୃଷ୍ଣ ସାଗରରୁ ୟୁକ୍ରେନ ଉପରେ କାଲିବର କ୍ରୁଜ୍ ମିସାଇଲ ମାଡ ମାଡ କରିବା ଆରମ୍ଭ କରିଛି। ଏହାରି ଭିତରେ ୟୁକ୍ରେନର ପ୍ରମୁଖ ସହର ମେଲିଟୋପୋଲକୁ ଦଖଲ କରିନେଇଥିବା ଋଷ ସେନା ଦାବି କରିଛି।

Spread the love