1982 ମସିହା ହାଇସ୍କୁଲ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

ରବିବାର କଟକ ବାଦାମବାଡି ସ୍ଥିତ ସେଣ୍ଟ୍ରାଲ ହଲ୍ ମନିଷା ରେସିଡେନ୍ସିଠାରେ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲର 1982 ମସିହା ବ୍ୟାଚର ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ସକାଳ 10ଟାରୁ ଅପରାହ୍ଣ 4 ଟା ପର୍ଯ୍ୟନ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । 1982 ମସିହାରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସଧ୍ୟରୁ ଗତବର୍ଷ ଦେହାନ୍ତ ହୋଇଥିବା ସ୍ୱର୍ଗତ ସୁରଞ୍ଜନ ଶତପଥୀ, ମଞ୍ଜୁରୀ ମହାନ୍ତି, ଲାବଣ୍ୟ ଆଚାର୍ଯ୍ୟଙ୍କ ପ୍ରତି  ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । 

ଏହି ଆଲୋଚନାରେ ମଦନମୋହନ ସାହୁ, ସମ୍ପୁର୍ଣ୍ଣାନନ୍ଦ ନାଟିଆ, ଜଗନ୍ନାଥ ପଟ୍ଟନାୟକ, ଦେବାଶିଷ ମହାପାତ୍ର, ଶ୍ରୀକାନ୍ତ ଦାସ, ମହେଶ ପ୍ରସାଦ ଦାସ, ଧରଣୀଧର ଦାସ, ସଂଗ୍ରାମ ଜେନା, ଅପୂର୍ବ କୁମାର ସିଂ, ରାକେଶ କର, ରବିନ୍ଦ୍ର ସିଂ, ଆଶିଷ ତରାସିଆ, ସୌମେନ୍ଦ୍ର ନାଥ  ସ୍ୱାଇଁ, ମାନସ କୁମାର ଦାସ, ଆନନ୍ଦ ଭଟ୍ଟ, କିଶୋର ଚନ୍ଦ୍ର ବାରିକ, ମିହିର ମହାପାତ୍ର, ମାନସ ରଞ୍ଜନ ସାହୁ,  ଦୀପକ ଦାସ, ସୁମନ୍ତ ପ୍ରଧାନ, ପ୍ରଦୋଷ ଚନ୍ଦ୍ର ମହାନ୍ତି, ବରଦା ପ୍ରସାଦ ବେହୁରା, ମାନସ ରଞ୍ଜନ ସେନାପତି, ସିଦ୍ଧାର୍ଥ ଦାସ, ତନ୍ମୟ ପଟ୍ଟନାୟକ, ଦେବଜାନୀ ପାଢୀ ପ୍ରମୁଖ ଯୋଗଦେଇଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ପ୍ରତିବର୍ଷ ଆୟୋଜନ କରିବାକୁ ଏଠାରେ ନିଷ୍ପତ୍ତି ନିଆଯାଇଥିଲା । ଏହି ବନ୍ଧୁମିଳନରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇଥିଲେ ।

Spread the love