1990 ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

ସଇଁନ୍ତଲା, ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ବେଳଗାଁ ତେଲନଦୀ ନିକଟରେ ଘୁନସର ହାଇସ୍କୁଳରେ 1990 ମସିହାରେ ମାଟ୍ରିକ ପଢୁଥିବା ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କମିଟିର ସଭାପତି ସଂଜୀବ କୁମାର ମିଶ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନବୀନ କୁମାର ବେଦବାଗ, ସୁରେନ୍ଦ୍ର କୁମାର ବାଗ,ମହାଦେବ ପଣ୍ଡା, ନରେନ୍ଦ୍ର ମିଶ୍ର, ରାଧାକାନ୍ତ ରଥ ଅତିଥି ଭାବେ ଯୋଗଦେଇ ଥିଲେ I

ସ୍କୁଲ ବେଲରେ କିଭଳି ଭାବେ ଶିକ୍ଷକ ମାନେ ଛାତ୍ର ଛାତ୍ରୀ ମାନଙ୍କୁ ମଣିଷ କରିବା ପାଇଁ କଠିନ ପରିଶ୍ରମ କରିବା ସହ ଭଲ ମଣିଷ ହୋଇ ପାରିବେ ସେନେଇ ଅନେକ ଚିନ୍ତା ପ୍ରକଟ କରୁଥିଲେ ସେନେଇ ମତବ୍ୟକ୍ତ ଦେଇଥିଲେ I ବିଷ୍ଣୁ ଭୋଇ ସଭା ପରିଚାଳନା କରିଥିଲେ I ଏଥିରେ କମିଟି ର ସମ୍ପାଦକ ଇସମାଇଲ ଶିଖା, କୋଷାଧକ୍ଷ ମୋତି ଲାଲ କଲତା, ଜୟ ରାନ ସେଠ, ତାତ୍ର ଭୋଇ, ବିଭୁତି, ଖାରବେଳ ନନ୍ଦ, ରତ୍ନା କର ନାଏକ, ଦୁର୍ଯ୍ୟୋଧନ ସାହୁ, ଅଜିତ ରଣା, ସୁରେନ୍ଦ୍ର ମହାନନ୍ଦ, ସୀତାରାମ ନନ୍ଦ, ଦୁଲ୍ଲଭି ରଣା, ଲାବନ୍ୟ ଭୋଇ, ନମିତା ମିଶ୍ର, ଇନ୍ଦ୍ରା ମେହେର, ବିଶି କେସନ ମିଶ୍ର, ପ୍ରମୋଦ ବେହେରା, ପ୍ରଶ୍ନ ବାଗ, ଶ୍ରୀପତି ରଣା ପ୍ରମୁଖ ଉପସ୍ଥିତ ଥିବା ବେଳେ ଶେଷରେ ଆକୁଳ ଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲି I

Spread the love