ଜାତୀୟ ରିଲିଫ୍ ପାଣ୍ଠିକୁ ଗୋଟିଏ ମାସର ଦରମା ସହ ଏକ କୋଟି ଦେଲେ ଧର୍ମେନ୍ଦ୍ର ପ୍ରଧାନ
କୋରୋନା ପାଇଁ ଗୋଟିଏ ମାସର ଦରମା ଓ ସାଂସଦ କଲ୍ୟାଣ ପାଣ୍ଠିରୁ ୧ କୋଟି ଟଙ୍କା ମଧ୍ୟ ଜାତୀୟ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଥିବା ନେଇ ଟ୍ୱିଟ୍ର ମାଧ୍ୟମରେ ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଏହି କଠିନ ସମୟରେ, ଆସନ୍ତୁ ଯେଉଁମାନେ ଆମ ଠାରୁ ଅଧିକ ଆବଶ୍ୟକତା ରଖୁଛନ୍ତି ସେମାନଙ୍କ ପାଇଁ ଛିଡା ହେବା ।
କରୋନା ମହାମାରୀକୁ ଦୃଷ୍ଟିରେ ରଖି ମୁଁ ମୋ ମାସକର ଦରମା ଏବଂ ମୋର ସାଂସଦ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠି ବା ଏମପିଲାଡ୍ ପାଣ୍ଠିରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ରିଲିଫ ପାଣ୍ଠିକୁ 1 କୋଟି ଟଙ୍କା ପ୍ରଦାନ କରୁଛି ।
— Dharmendra Pradhan (@dpradhanbjp) March 29, 2020
କୋରୋନା ମୁକାବିଲା ପାଇଁ ପିଏମ କେୟାରସ୍ ନାମରେ ଏକ ପାଣ୍ଠି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଦେଶର ଏଭଳି ଏକ ପରିସ୍ଥିତିରେ ସହାୟତାର ହାତ ବଢ଼ାଇବାକୁ ଦେଶବାସୀଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ମୋଦି ।
ଏହାକୁ ନଜରରେ ରଖି ବହୁ ବ୍ୟକ୍ତି ଏବଂ ସଂଗଠନ ପିଏମ୍ କେୟାରସ୍ ଫଣ୍ ରେ ଟଙ୍କା ପଠାଉଥିବା ଦେଖିବାକୁ ମିଳିଛି ।
ସେହିଭଳି ଗତକାଲି ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କୋରୋନା ମୁକାବିଲା ପାଇଁ ସବୁ ବିଜେପି ସାଂସଦ ଏକ କୋଟି ଲେଖାଏଁ ଦେବେ ବୋଲି କହିଥିଲେ ।