ମୁଁ ଦୈନିକ୨-୩ କେଜି ଗାଳି ଖାଉଛି, ଏସବୁ ମୋ ଭିତରେ କନଭର୍ଟ ହୋଇ ନ୍ୟୁଟ୍ରିସନ ହେଇଯାଉଛି: ମୋଦୀ

ହାଇଦ୍ରାବାଦ: ମୁଁ ପ୍ରତିଦିନ ୨-୩ କିଲୋ ଗାଳି ଖାଉଛି। ହେଲେ ଏହି ଗାଳିଗୁଡ଼ିକ ମୋ ପାଇଁ ପୋଷଣ ହେଇଯାଉଛି। ତେଲେଙ୍ଗାନାରେ ବିଜେପିକର୍ମୀଙ୍କୁ ସମ୍ବୋଧନ କରି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଗାଳିଗୁଡ଼ିକୁ ଦେହକୁ ନ ନନେବାକୁ ସେ କର୍ମୀଙ୍କୁ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ” କିଛି ଲୋକ ହାତାସ, ଭୟ ଓ ଅନ୍ଧବିଶ୍ୱାସ କାରଣରୁ ମୋଦୀଙ୍କୁ ଗାଳି ଦେଉଛନ୍ତି। ଭଳି ଭଳି ଗାଳି ଦିଆଯାଉଛି। ମୋଦୀଙ୍କୁ ଗାଳି ଦେବାକୁ ପୂରା ଅବିଧାନ ଲଗାଇଛନ୍ତି। ମୁଁ ଆପଣମାନଙ୍କୁ ପ୍ରାର୍ଥନା କରୁଛି ଏସବୁ କଥାରେ ଆପଣମାନେ ମନ ଦୁଃଖ କରନ୍ତୁ ନାହିଁ। କାରଣ ସେମାନଙ୍କର ପାଖରେ ଗାଳି ଦେବା ଛଡ଼ା ଆଉ କିଛି ନାହିଁ।” ମୋଦୀ ଆହୁରି କହିଛନ୍ତି ଯେ ସେହି ଗାଳି ଉପରେ ହସ ମଜା କରନ୍ତୁ। ଚା ପିଅନ୍ତୁ। ଦ୍ୱିତୀୟ ଦିନ ପଦ୍ମ ନିଶ୍ଚିୟ ଫୁଟିବ। ଛାତି ଓସାର କରି ଚାଲନ୍ତୁ ବୋଲି ମୋଦୀ କହିଛନ୍ତି

ତେଲେଙ୍ଗାନାର କେସିଆର ସରକାରଙ୍କୁ ସମାଲୋଚନା କରି ମୋଦୀ କହିଛନ୍ତି ଯେ ରାଜନୀତି ଲୋକସେବା ପାଇଁ ହେବା ଦରକାର। ସକାରାତ୍ମକ ହେବା ଦରକାର। ହେଲେ ତେଲେଙ୍ଗାନାରେ କ୍ଷମତା ମିଳିବା ପରେ ସେମାନଙ୍କୁ ପୂରା ଧ୍ୟାନ ମୋଦୀକୁ ଗାଳି ଦେବା ଓ ବିଜେପିକୁ ସମାଲଚୋନା କରିବାରେ ଯାଉଛି ବୋଲି ମୋଦୀ କହିଛନ୍ତି। ମୋଦୀ ପୁଣି କହିଛନ୍ତି ଯେ ଯେତେବେଳେ ଲୋକମାନେ ମୋତେ ପଚାରନ୍ତି ଯେ ଆପଣ ଥକୁ ନାହାନ୍ତି। ମୁଁ ତାଙ୍କୁ ଉତ୍ତର ଦେଇ କୁହେ ଯେ ମୁଁ ଦୈନିକ ୨-୩ ଗାଳି ଖାଏ। ଆଉ ଈଶ୍ୱର ମୋ ଭିତରେ ଏମିତି ଗଠନା କରିଛନ୍ତି ଯେ ଏସବୁ ଗାଳି କନଭର୍ଟ ହୋଇ ନ୍ୟୁଟ୍ରେସନ ହେଇଯାଉଛି। ଏଥିରୁ ମୋତେ ଉର୍ଜା ମିଳୁଛି। ଆଉ ମଁ ଜନାତଙ୍କ ସେବା କରିପାରୁଛି ବୋଲି ମୋଦୀ କହିଛନ୍ତି।

Spread the love