ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିର ୨ ପୂର୍ବତନ କାଉନସିଲର ନିଲମ୍ବିତ

ଫୁଲବାଣୀ, ୨୨/୦୩: ଦଳ ବିରୋଧୀ କାର୍ଯ୍ୟ ଓ ଦଳରେ ବିଶୃଙ୍ଖଳା ପାଇଁ ମଙ୍ଗଳବାର ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ ଫୁଲବାଣୀ ସହରର ୩ ନମ୍ବର ୱାର୍ଡର ପୂର୍ବତନ କାଉନସିଲର ତଥା ବିଜେଡି ନେତା ଭାଗବତ ବେହେରା ଓ ଦଶ ନମ୍ବର ୱାର୍ଡର ପୂର୍ବତନ କାଉନସିଲର ଶ୍ରୀବଚ୍ଛ ବେହେରାଙ୍କୁ ନିଲମ୍ବିତ କରିଛନ୍ତି l

ଏ ନେଇ ଆଜି ସଭାପତି କର୍ଣ୍ଣ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି l ଏମାନେ ଦଳୀୟ ପାର୍ଥୀଙ୍କୁ ବିରୋଧ କରି ସ୍ୱାଧୀନ ପାର୍ଥୀ ଦେଇଥିଲେ । ତେଵେ ଦଳ ପକ୍ଷରୁ ଏ ଦୁହିଁଙ୍କୁ ମନାଇବାକୁ ବହୁତ  ଚେଷ୍ଟା କରାଯାଇଥିଲେ ମଧ୍ୟ ଏମାନେ ମାନି ନଥିଲେ l ଫଳରେ ବାଧ୍ୟ ହୋଇ ଦଳ ପକ୍ଷରୁ ନିଲମ୍ବିତ କରାଯାଇଥିବା ଜଣାପଡିଛି l

Spread the love