ବରମୁଣ୍ଡା ବସଷ୍ଟାଣ୍ଡରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ବର : ବରମୁଣ୍ଡା ବସଷ୍ଟାଣ୍ଡରେ ହଣାହଣି । ବରମୁଣ୍ଡା ବସଷ୍ଟାଣ୍ଡରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ । ଯୁବକଙ୍କୁ ହାଣି ରକ୍ତାକ୍ତ କଲେ ଦୁର୍ବୃତ୍ତ । ରକ୍ତ ଜୁଡୁବୁଡ଼ୁ ହୋଇ ବସଷ୍ଟାଣ୍ଡ ସାରା ଦୌଡିଲେ ଯୁବକ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି । ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲା ପୋଲିସ । ଯାହା ସୂଚନା ମିଳିଛି, ଦୁଇ ବସ୍ କର୍ମଚାରୀଙ୍କ ମଧ୍ୟରେ ପ୍ରଥମେ ଗଣ୍ଡଗୋଳ ହୋଇଥିଲା। ବସ୍ ଆଗପଛ ଯିବାକୁ ନେଇ ବଚସା ପରେ ହୋଇଥିଲା ଏହି ଆକ୍ରମଣ। ଧାରୁଆ ଅସ୍ତ୍ରରେ ଆକ୍ରମଣରେ ୨ ଜଣ ଆହତ ହୋଇଥିବା ଜଣାପଡିଛି।

Spread the love