ଶହେଟି ହାଇସ୍କୁଲ ହେବ +୨ କଲେଜ

ନୂଆଦିଲ୍ଲୀ : ରାଜ୍ୟରେ ଆସନ୍ତା ଶିକ୍ଷା ବର୍ଷରୁ ୧୦୦ଟି ହାଇସ୍କୁଲକୁ +୨କୁ ଉନ୍ନୀତ କରାଯିବ। ବିଶେଷ କରି ରାଜ୍ୟର ଯେଉଁ ସବୁ ବ୍ଲକରେ ଯୁକ୍ତ ଦୁଇ କଲେଜ ନାହିଁ ସେହି ସବୁ ବ୍ଲକରେ ହାଇସ୍କୁଲ ଗୁଡ଼ିକୁ ଉନ୍ନୀତ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ସେ କହିଛନ୍ତି ଯେ ରାଜ୍ୟର କେତେକ ବ୍ଲକରେ +୨ କଲେଜ ନ ଥିବାରୁ ମାଟ୍ରିକ ପାସ ପରେ ପିଲାମାନେ ପାଠ ଛାଡୁଥିବା ଜଣାପଡିଛି। ସେହି ସବୁ ଅଂଚଳର ଛାତ୍ରୀଙ୍କ ପାଇଁ ଦୂରଦୂରାନ୍ତକୁ ଯାଇ ପାଠ ପଢିବା ସମ୍ଭବ ହେଉନଥିବାରୁ ଆଗାମୀ ଦିନରେ ସେମାନଙ୍କ ପାଇଁ ସୁବିଧା ହେବ ବୋଲି ସେ କହିଛନ୍ତି।

Spread the love