ହାଇୱାକୁ ପଛରୁ ଧକ୍କା ଦେଲା ଟ୍ରକ୍, ୨ ମୃତ

ହାଇୱାକୁ ପଛରୁ ଧକ୍କା ଦେଲା ଟ୍ରକ୍ । ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ କଲେଜ ଛକ ନିକଟରେ ଆଜି ଭୋର ସମୟରେ ହାଇୱାକୁ ପଛରୁ ଧକ୍କା ଦେଇଛି ଟ୍ରକ୍ । ଯାହାଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଟ୍ରକଟି କଲିକତାରୁ ଖୋର୍ଦ୍ଧା ଅଭିମୁଖେ କୁକୁଡା ଆଣିବାକୁ ଯାଉଥିଲା ।

ଦୁର୍ଘଟଣା ପରେ କିନ୍ତୁ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଖବର ପାଇ ସୋର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ । କିନ୍ତୁ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ୨ ଜଣ ହେଲେ ପଶ୍ଚିମବଙ୍ଗର ସାଇଫୁଲ ଗାଜି ଓ ଆଶରଫ୍ ସର୍ଦ୍ଦାର ।

Spread the love