ସୋରରେ ଦିନ ଦ୍ଵିପ୍ରହରରେ ବୁଲିଲା ଖଣ୍ଡା: ଦୁଇ ଗୁରୁତର

ସୋର: ଦିନ ଦ୍ଵିପ୍ରହରରେ ବୁଲିଲା ଖଣ୍ଡା l ସୋର ଥାନା ଆଇସଫେକ୍ଟ୍ରି ଛକରେ ଥିବା ଦେଶୀ ମଦ କାଉଣ୍ଟର ଆଗରେ ଦେଶୀ ମଦ ବେପାରୀଙ୍କୁ ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ମଦ ମାଫିଆ l ଦୁଇ ଜଣ ଗୁରୁତର ହୋଇପଡିଥିବାବେଳେ ପ୍ରଥମେ ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି l ବାଲେଶ୍ୱର ପୁରୁଣା ବଜାରର ଦୁଇ ଜଣ ମଦ ମାଫିଆ ଅତର୍କିତ ଭାବରେ ଆସି ଦେଶୀ ମଦ କାଉଣ୍ଟର ଆଗରେ ଛିଡା ହୋଇଥିବା ଖଣ୍ଡାସାହି ଗ୍ରାମର ଗଣେଶ ସିଂଙ୍କ ମୁଣ୍ଡକୁ ହାଣି ଦେଇଥିଲେ | ଫଳରେ ଗଣେଶଙ୍କ କାନ ସମ୍ପୂର୍ଣ୍ଣ କଟି ଯାଇଥିବାବେଳେ ମୁଣ୍ଡରେ ଗଭୀର ଆଘାତ ମଧ୍ୟ ଲାଗିଛି | ଅନ୍ୟପଟେ ସେଠାରେ ଛିଡା ହୋଇଥିବା ଅନ୍ୟ ଯୁବକର ମଧ୍ୟ ହାତ କଟିଯାଇଛି l ଗୁରୁତରଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l ତେବେ ଏହି ଆକ୍ରମଣ ପଛର କାରଣ ଜଣାପଡି ନଥିବାବେଳେ ବେଆଇନ ଦେଶୀ ମଦ ବେପାରୀଙ୍କ ମଧ୍ୟରେ ମଦ କାରବାରକୁ ନେଇ ଏଭଳି ହୋଇଥିବାର ଚର୍ଚ୍ଚା ଜୋର ଧରିଛି | ସୋର ପୁଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି l

Spread the love