ଛତିଶଗଡ ବିଜାପୁରରେ ନକ୍ସଲ ଆକ୍ରମଣରେ ୨ ଯବାନ ସହିଦ, ୪ ଗୁରୁତର

ଛତିଶଗଡ ବିଜାପୁରରେ ନକ୍ସଲ ଆକ୍ରମଣ। ତରେମ ଥାନା ଅଞ୍ଚଳରେ ଥିବା ମଣ୍ଡିମରକା ଜଙ୍ଗଲରେ କମ୍ବିଂ ଅପରେସନ ଜାରି ରହିଥିବା ବେଳେ ନକ୍ସଲଙ୍କ ବିସ୍ଫୋରଣରେ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ଆହତ ହୋଇଥିବା ଜଣାପଡିଛି। ଆହତ ହୋଇଥିବା ଯବାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । କିଛି ଜଣଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ହେଲିକପ୍ଟରରେ ରାୟପୁର ପଠାଯାଉଛି।

ସହିଦ ହୋଇଥିବା ଯବାନ ମାନେ ଭରତଲାଲ ସାହୁ ଓ ସତେର ସିଂ। ସେହିଭଳି ଆହତ ହୋଇଥିବା ଯବାନ ମାନେ ହେଲେ ପୁରୁଷୋତ୍ତମ ନାଗ, କୋମଳ ଯାଦବ, ସିୟାରାମ ସୌରୀ ଓ ସଞ୍ଜୟ କୁମାର ବୋଲି ଜଣାପଡିଛି।

Spread the love